34.1 C
Bhubaneswar
Friday, March 29, 2024
Homeଅପରାଧଗଣଦୁଷ୍କର୍ମ

ଗଣଦୁଷ୍କର୍ମ

ମୟୂରଭଞ୍ଜ: ଜିଲ୍ଲାରେ ପୁଣି ଏକ ଲଜ୍ଜା । ସାମ୍ନାକୁ ଆସିଲା ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ। ଜନୈକା ୧୪ ବର୍ଷର ନାବାଳିକା ଝିଅକୁ ପୁଣି ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଞ୍ଚଳରେ । ତେବେ ପରିବାରରେ ରଜ ଉପଲକ୍ଷେ ଆସର ଜମିଥିବା ବେଳେ ପ୍ରାୟତଃ ବୟସ୍କମାନେ ଖୁସି ମନାଇବା ପାଇଁ ନିଶାପାଣି ନେଇ ଯେଯାହାର ରୁମକୁ ଯାଇ ଶୋଇଥିଲେ। ଆଉ ଏହି ସୁଯୋଗରେ ଘରେ ପଶି ଗ୍ରାମର ଦୁଇ ଯୁବକ ନାବାଳିକାକୁ ଶୋଇବା ଅବସ୍ଥାରେ ଘରୁ ଟେକିନେଇ ବାହାରେ ଦୁଷ୍କର୍ମ କରିଥିବା ଭଳି ଲଜ୍ୟାଜନକ ଘଟଣା ଘଟାଇଥିବା ଅଭିଯୋଗ ଜାଣିବା ପରେ ପରିବାର ପାଇଁ ଦୁଃଖ ଆଣି ଦେଇଥିଲା ରଜମଉଜ। ଅଭିଯୋଗ ଅନୁଯାୟୀ ଗତ ୧୬ ତାରିଖ ରାତିରେ ଘରେ ସମସ୍ତେ ଶୋଇ ପଡ଼ିଥିବା ବେଳେ ନାବାଳିକାକୁ ପାଟିରେ କପଡା ଦେଇ ଉଠାଇ ଟେକି ନେଇଥିଲେ ଏବଂ ଘର ଠାରୁ କିଛି ଦୂରରେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଛି । ଏହି ଘଟଣା ଘଟିବା ପରେ ପିଡ଼ିତା ନାବାଳିକାଝିଅଟି ତାର ମାଆକୁ କହିଥିଲା । ପରେ ପରିବାର ଲୋକେ ନିଜ ନିଜ ଭିତରେ କଥା ହେବାପରେ ସାହସ ଜୁଟାଇ ରରୁଆଁ ଥାନାରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । ଅଭିଯୋଗକୁ ଭିତ୍ତି କରି ଏକ ମାମଲା ରୁଜୁ କରି ରରୁଆଁ ଥାନା ପୋଲିସ ତତ୍ପରତା ଦେଖାଇ ସଙ୍ଗେ ସଙ୍ଗେ ଘଟଣାର ତଦନ୍ତ ଆରମ୍ଭ କରି ସଂପୃକ୍ତ ଦୁଇଜଣକୁ ଗିରଫ କରିବାରେ ସଫଳ ହୋଇଛି । ତେବେ ଗଣଦୁଷ୍କର୍ମରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିବ ବୋଲି ସୂଚନା ଦେଇଛନ୍ତି ରରୁଆଁ ଥାନା ଅଧିକାରୀ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking