39.1 C
Bhubaneswar
Friday, April 26, 2024
Homeଓଡିଶାଏବେ ବି ମୋଟୁ ଦେଇ ପ୍ରବାସୀଙ୍କ ସୁଅ ଛୁଟୁଛି

ଏବେ ବି ମୋଟୁ ଦେଇ ପ୍ରବାସୀଙ୍କ ସୁଅ ଛୁଟୁଛି

ମାଲକାନଗିରି : ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ମୋଟୁ ସୀମାନ୍ତ ଦେଇ ବର୍ତମାନ ମଧ୍ୟ ପ୍ରବାସୀ ଶ୍ରମିକଙ୍କ ଛୁଅ ଛୁଟୁଛି । ଆନ୍ଧ୍ର, ଛତିଶଗଡ ସୀମା କୁହା ଯାଉଥିବା ମୋଟୁରେ ଦାଦନଙ୍କ ଆସିବା ସଂଖ୍ୟା କମିବାର ନାଁ ନେଉନାହିଁ । ଦୈନିକ ହଜାରରୁ ଉର୍ଦ୍ଧ ଶ୍ରମିକ ଏହି ବାଟ ଦେଇ ଆସୁଥିବା ବେଳେ ଅନଲକ-୧ ପ୍ରଥମ ପର୍ଯ୍ୟାୟରେ ଗାଡି ଚଳାଚଳ ଆରମ୍ଭ ହୋଇଥିବାରୁ ଏମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ଦକ୍ଷିଣ ଭାରତ କେରଳ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାଣା ଓ କର୍ଣ୍ଣାଟକରେ ଓଡିଶାର ଲକ୍ଷାଧିକ ଶ୍ରମିକ କାମ କରୁଥିବା ବେଳେ ବର୍ତମାନ ଏହି ରାସ୍ତା ଦେଇ ବଲାଙ୍ଗିର, ସମ୍ବଲପୁର, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ନୁଆପଡା, ସୋନପୁର ଆଦି ପଶ୍ଚିମ ଓଡିଶାର ପ୍ରବାସୀମାନେ ଫେରୁଥିବା ବେଳେ ସେମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବସ୍ ଯୋଗାଇ ଦିଆଯାଇଛି । ବର୍ତମାନ ଏହି ପ୍ରବେଶ ପଥ ଦେଇ ପ୍ରାୟ ୫୦ ହଜାର ପ୍ରବାସୀ ଫେରିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜଣାପଡ଼ିଛି । ଦୈନିକ ଏଠାରେ ୫୦ରୁ ଉର୍ଦ୍ଧ୍ୱ ବସ୍ ଏଠାରେ ରହୁଛି । ଏହି ଶ୍ରମିକଙ୍କୁ କିଭଳି ନିଜ ନିଜ ଅଂଚଳକୁ ସୁରକ୍ଷିତ ଭାବେ ପଠାଯିବ, ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଇଛି । ଶହ ଶହ ବସ୍ ବିଭିନ୍ନ ଜିଲ୍ଲାରୁ ଆସି ଏଠାରେ ରହିଥିବା ବେଳେ ଦୈନିକ ୫ଶହରୁ ୧ହଜାର ଶ୍ରମିକଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଉଛି । ମାଲକାନଗିରି ମାଟିରେ ଜଣେ କେହିବି ଶ୍ରମିକ ଯେଭଳି ପାଦରେ ଚାଲି ଆସିବ ନାହିଁ, ସରକାରଙ୍କ ବାଣୀକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପାଳନ କରାଯାଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମୋଟୁ ଅନ୍ତଃରାଜ୍ୟ ସୀମାକୁ ସ୍ୱତନ୍ତ୍ର ବିିସିପିମାନ୍ୟତା ଦିଆଯାଇ ଏଠାକୁ ଆସୁଥିବା ସମସ୍ତ ଦାଦନ ଶ୍ରମିକ ଭାଇ ଭଉଣୀ ମାନଙ୍କୁ ସ୍ୱାଗତ କରାଯାଇ ପଞ୍ଜିକରଣ କରାଯିବା ସହ ଥଣ୍ଡା ପାନୀୟ ଜଳ, ରନ୍ଧା ଖାଦ୍ୟ, ସୁଖିଲାଖାଦ୍ୟ, ମାସ୍କ, ହାତଧୁଆ ସାବୁନ ଓ ସ୍ୱାସ୍ଥ୍ୟ ପରୀକ୍ଷା ସହ ସେମାନଙ୍କୁ ଅସ୍ଥାୟୀ କ୍ୟାମ୍ପରେ ରଖାଯାଉଛି । ଏହି କ୍ୟାମ୍ପରେ ପଙ୍ଖା କୁଲର ଠାରୁ ଆରମ୍ଭ କରି ସମସ୍ତ ସୁବିଧା କରା ଯାଇଛି । ରାଜ୍ୟର ଅନ୍ୟ ଜିଲ୍ଲାରୁ ଆସୁଥିବା ଫେରନ୍ତାଙ୍କ ତଥ୍ୟ ସଂଗ୍ରହ କରି ସେହି ଜିଲ୍ଲାର ନୋଡାଲ ଅଧିକାରୀଙ୍କୁ ଜଣାଇ ଦିଆଯାଇ ଉକ୍ତ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରାଯାଉଛି । ମାଲକାନଗିରି ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଏଠାରେ ଡେରା ପକାଇଥିବା ବେଳେ ପ୍ରବାସୀଙ୍କ କୌଣସି ଅସୁବିଧା ନହୁଏ, ସେଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହାବ୍ୟତୀତ ପୂର୍ବରୁ ପଶ୍ଚିମବଙ୍ଗ, ବିହାର ଓ ଝାଡଖଣ୍ଡ ରାଜ୍ୟର ବହୁ ପ୍ରବାସୀମାନେ ଏହି ରାସ୍ତା ଦେଇ ଆସିଥିବା ବେଳେ ସେମାନଙ୍କୁ ସ୍ୱତନ୍ତ୍ର ବସ୍ ଦ୍ୱାରା ନିଜ ନିଜ ରାଜ୍ୟକୁ ପଠା ଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking