38.1 C
Bhubaneswar
Friday, April 26, 2024
Homeଅପରାଧଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଅମାନୁଶିକ କାଣ୍ଡ

ଦଶମ ଶ୍ରେଣୀ ଛାତ୍ରୀଙ୍କ ସହ ଅମାନୁଶିକ କାଣ୍ଡ

ମେରଟ : ଉତ୍ତର ପ୍ରଦେଶର ମେରଟ ଠାରେ ଟ୍ୟୁସନ ପଢିବାକୁ ଯାଉଥିବା ଜଣେ ଛାତ୍ରୀଙ୍କ ସହ ଗଣ ଦୁଷ୍କର୍ମ ମାମଲା ସାମନାକୁ ଆସିଛି । ପରିବାରବର୍ଗଙ୍କ ଆରୋପ ଅନୁସାରେ ଝିଅଟି ସହିତ ଗଣଦୁଷ୍କର୍ମ କରିବା ପରେ ତାକୁ ବିଷ ପିଆଇ ଦିଆ ହୋଇଛି । ଝିଅଟି ମୁର୍ମୁଷୁ ଅବସ୍ଥାରେ ଘରେ ପହଞ୍ଚିଥିଲା । ଏହାପରେ ପରିବାରବର୍ଗ ଝିଅଟିକୁ ହସ୍ପିଟାଲ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଏହାପରେ ପରିବାରବର୍ଗ ପୋଲିସରେ ଖବର ଦେଇଥିଲେ । ପୋଲିିସ ଏହି ଘଟଣାକୁ ଗମ୍ଭିରତାର ସହ ନେଇ ଆରୋପୀକୁ ଖୋଜାଖୋଜି ଆରମ୍ଭ କରିଥିଲା ଓ ଜଣଙ୍କୁ ଗିରଫ କରିଥିଲା । ଆରୋପୀକୁ ଥାନାକୁ ଆଣି ପୋଲିସ ପଚରାଉଚରା କରୁଛି କିନ୍ତୁ ପୋଲିସ କହିବା ଅନୁସାରେ ଝିଅଟି ଆତ୍ମହତ୍ୟା କରିଛି ଓ ପୋଲିସକୁ ଏକ ସୁସାଇଡ ନୋଟ ମଧ୍ୟ ମିଳିଛି ।

ପରିବାରବର୍ଗ ଅରୋପ ଲଗାଇଛନ୍ତି ଯେ, ତାଙ୍କ ଝିଅ ମେରଟର ସରଧାନା ଅଞ୍ଚଚଳକୁ ଟ୍ୟୁସନ ପଢିବାକୁ ଯାଇଥିଲା । ସେଠାରେ ଗ୍ରାମର ଲକ୍ଷନ ନାମକ ଜଣେ ବ୍ୟକ୍ତି ଓ ତାର ୩ ଜଣ ସାଙ୍ଗ ମିଶି ଝିଅଟିକୁ ଅପହରଣ କରି ନେଇଯାଇଥିଲେ ଓ ତାକୁ ସାମୂହିକ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିସାରିବା ପରେ ଝିଅଟିକୁ ବିଷ ପିଆଇ ଦେଇଥିଲେ ।

ଏହାପରେ ଝିଅଟିକୁ ନେଇ ହସ୍ପିଟାଲ ପହଞ୍ଚିବା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ପୋଲିସ ଏସପି କେଶବ କୁମାରଙ୍କ କହିବା ଅନୁସାରେ, ପୋଲିସ ଏବେ ଘଟଣାର ତଦନ୍ତ ଜାରି ରଖିଛି ଓ ଜଣେ ଆରୋପୀକୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

 

 

 

 

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking