34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶଓଡିଶାର ୭ ପ୍ରକଳ୍ପକୁ ମଞ୍ଜୁରୀ

ଓଡିଶାର ୭ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ଓଡିଶାର ୭ଟି ପ୍ରକଳ୍ପକୁ ମଂଜୁରୀ ଦେଇଛି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ । ୭ଟି ପ୍ରକଳ୍ପକୁ ମଂଜୁରୀ ନେଇ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଟ୍ୱିଟ କରି ସୂଚନା ପ୍ରଦାନ କରିଛନ୍ତି । ଏନଏଚ ୩୨୬ର ମାଲକାନଗିରିରୁ ମୋଟୁ ମଧ୍ୟରେ ୫ଟି ନୂଆ ସେତୁକୁ ମଂଜୁରୀ ମିଳିଛି । ବୁଡାପୋଲ ଜାଗାରେ ହାଇଲେବଲ ସେଚୁକୁ ମଂଜୁରୀ ମିଳିବା ସହ ସେଥିରେ ଖର୍ଚ୍ଚ ହେବ ୧୫୪ କୋଟି । ପୁରୀ-କୋଣାର୍କ ରାସ୍ତାର ମାଟିଆପଡାଠାରେ ହେବ ରେଳ ଓଭରବ୍ରିଜ । ମାଟିଆପଡା ରେଳ ଓଭରବ୍ରିଜ ପ୍ରକଳ୍ପରେ ଖର୍ଚ୍ଚ ହେବ ୧୩୭.୬୧ କୋଟି । ସେହିପରି ଏନଏଚ ୫୯ରେ ବ୍ରହ୍ମପୁର ସହରରେ ହେବ ୪ ଲେନ ବିଶିଷ୍ଟ ବାଇପାସ । ଏହି ପ୍ରକଳ୍ପ ପାଇଁ ୧୯୬ କୋଟି ୯୪ ଲକ୍ଷ ଖର୍ଚ୍ଚ ହେବ । ତେବେ ପ୍ରକଳ୍ପ ମଂଜୁରୀ ନେଇ କୃତଜ୍ଞତା ଜଣାଇଛନ୍ତି ବିଜେପି ନେତା ବୈଜୟନ୍ତ ପଣ୍ଡା । ଏସବୁ ପ୍ରକଳ୍ପ ଭବିଷ୍ୟତରେ ଉନ୍ନତିର ପଥ ପ୍ରଦର୍ଶକ ହେବ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking