26.1 C
Bhubaneswar
Wednesday, May 8, 2024
Homeଅପରାଧଖଣ୍ଡାରେ ଆକ୍ରମଣ କରି ଲୁଟି ନେଲେ ବ୍ୟବସାୟୀଙ୍କ ବ୍ୟାଗ୍

ଖଣ୍ଡାରେ ଆକ୍ରମଣ କରି ଲୁଟି ନେଲେ ବ୍ୟବସାୟୀଙ୍କ ବ୍ୟାଗ୍

ଭଦ୍ରକ: ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ବରାଙ୍ଗ ଛକ ପେଟ୍ରୋଲ ପମ୍ପ ନିକଟରେ ଲୁଟ୍ । ଗୁଳି ଫୁଟାଇ ବ୍ୟବସାୟୀଙ୍କଠାରୁ ଲୁଟ୍ ଅଭିଯୋଗ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ସୂଚନାଯୋଗ୍ୟ ଯେ, ଭଦ୍ରକ ପୁରୁଣା ବଜାର ଥାନା ଅଧିନ କାଜି ସାହିର ଗୁଲାମ ମୁର୍ତ୍ତୁଜା ଖାନ ଏକ ବିସ୍କୁଟ କମ୍ପାନୀର କର୍ମଚାରୀ । ସେ ବାସୁଦେବପୁରରୁ ଭଦ୍ରକ ଅଭିମୁଖେ ବାଇକ୍ ଯୋଗେ ଆସୁଥିବା ସମୟରେ ୩ ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରି ବରାଙ୍ଗ ପେଟ୍ରୋଲ ପମ୍ପ ନିକଟରେ ତାଙ୍କ ବାଇକକୁ ଅଟକାଇ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଟଙ୍କା ଥିବା ବ୍ୟାଗକୁ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଫଳରେ ଦୁର୍ବୃତ୍ତମାନେ ଗୋଟିଏ ରାଉଣ୍ଡ ଗୁଳି ଫୁଟାଇଥିବା ଅଭିଯୋଗ ହୋଇଛି । ପରେ ଖଣ୍ଡାରେ ଆକ୍ରମଣ କରି ତାଙ୍କଠାରୁ ତାଙ୍କ ବ୍ୟାଗ ଲୁଟ୍ କରି ଫେରାର ହୋଇଯାଇଥଲେ । ପରେ ସାବରଙ୍ଗ ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ଅଭିଯୋଗକାରୀ ବହୁ ବିଳମ୍ବରେ ଥାନାରେ ଲିଖିତ ଏତଲା ଦେଇଛନ୍ତି । ପରବର୍ତ୍ତୀ ସମୟରେ ଘଟଣାଟିକୁ ଗୁରୁତର ସହ ନେଇ ଭଦ୍ରକ ଏସପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking