29.1 C
Bhubaneswar
Saturday, April 27, 2024
Homeଖେଳଏଜାଜ୍ ପଟେଲ ଆଇସିସି ‘ପ୍ଲେୟାର୍ ଅଫ୍ ଦି ମନ୍ଥ’

ଏଜାଜ୍ ପଟେଲ ଆଇସିସି ‘ପ୍ଲେୟାର୍ ଅଫ୍ ଦି ମନ୍ଥ’

ନୂଆଦିଲ୍ଲୀ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) ଡିସେମ୍ବର ମାସ ପାଇଁ ‘ପ୍ଲେୟାର୍ ଅଫ୍ ଦି ମନ୍ଥ୍’ ଘୋଷଣା କରିଛି । ଭାରତ ବିପକ୍ଷରେ ଚମତ୍କାର ପ୍ରଦର୍ଶନ କରି ଗୋଟିଏ ଇନିଂସରେ ୧୦ଟି ଓ୍ବିକେଟ ନେଇଥିବା ନ୍ୟୁଜିଲାଣ୍ଡର ଭେଟେରାନ୍ ସ୍ପିନର ଏଜାଜ୍ ପଟେଲ ହୋଇଛନ୍ତି ଡିସେମ୍ବର ମାସର ପ୍ଲେୟାର୍ ଅଫ୍ ଦି ମନ୍ଥ (ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି) । ଓ୍ବାଙ୍ଖେଡେରେ ଖେଳାଯାଇଥିବା ଭାରତ ବିପକ୍ଷ ମ୍ୟାଚ୍ରେ ଘାତକ ବୋଲିଂକରି ଭାରତୀୟ ଦଳର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଏଜାଜ୍ ପଟେଲ । ଯେଉଁଥି ପାଇଁକି ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ମିଳିଛି ।

ଭାରତୀୟ ବଂଶୋଦଭବ ଏଜାଜ୍ ପଟେଲ ମୁମ୍ବାଇରେ ଖେଳାଯାଇଥିବା ଭାରତ ବିପକ୍ଷ ଟେଷ୍ଟରେ ଗୋଟିଏ ଇନିଂସରେ ହିଁ ୧୦ଟି ଓ୍ବିକେଟ୍ ନେଇ ସମସ୍ତଙ୍କୁ ଚମକାଇ ଦେଇଥିଲେ । ଏହି ରେକର୍ଡ କରିବାରେ ସେ ହୋଇଯାଇଥିଲେ ବିଶ୍ବର ତୃତୀୟ ବୋଲର । ପ୍ରଥମ ଇନିଂସରେ ୧୦ଟି ଏବଂ ଦ୍ବିତୀୟ ଇନିଂସରେ୪ଟି ଓ୍ବିକେଟ ମୋଟ ୧୪ଟି ଓ୍ବିକେଟ ନେଇଥିଲେ ଏଜାଜ୍ । ଏହା ସହିତ ବ୍ୟାଟ୍ରେ ମଧ୍ୟ କମାଲ କରି ଉଭୟ ଇନିଂସରେ ୧୧୭ ରନକରି ନିଜର ଉପଯୋଗୀ ଯୋଗଦାନ ଦେଇଥିଲେ । ଗୋଟିଏ ମ୍ୟାଚ୍ରେ ମୋଟ ୧୪ଟି ଓ୍ବିକେଟ ନେଇଥିବାରୁ ଏଜାଜ୍ ପଟେଲ ବର୍ଷ ୨୦୨୧ର ସର୍ବଶ୍ରେଷ୍ଠ ଖେଳାଳି ହୋଇପାରିଛନ୍ତି । ଏଜାଜ୍ ପଟେଲଙ୍କ ବ୍ୟତିତ ଭାରତୀୟ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରଓ୍ବାଲ ମଧ୍ୟ ପ୍ଲେୟାର ଅଫ୍ ଦି ମନ୍ଥ ଦୌଡରେ ଥିଲେ । ମୟଙ୍କ ଅଗ୍ରଓ୍ବାଲଙ୍କ ବ୍ୟତିତ କଙ୍ଗାରୁ ଟିମ୍ର ଷ୍ଟାର ବୋଲର ମିଚେଲ ଷ୍ଟାର୍କ ମଧ୍ୟ ଏହି ରେସ୍ରେ ଥିଲେ । ତେବେ ୩ ଜଣଙ୍କ ମଧ୍ୟରୁ ଏଜାଜ୍ ପଟେଲଙ୍କୁ ଡିସେମ୍ବର ମାସର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking