28.1 C
Bhubaneswar
Friday, April 26, 2024
Homeଓଡିଶା୪ବର୍ଷ ତଳର ନିଖୋଜ ମାମଲା, ହତ୍ୟାକାଣ୍ଡରେ ଶେଷ ୨ଅଭିଯୁକ୍ତ ଗିରଫ

୪ବର୍ଷ ତଳର ନିଖୋଜ ମାମଲା, ହତ୍ୟାକାଣ୍ଡରେ ଶେଷ ୨ଅଭିଯୁକ୍ତ ଗିରଫ

ମୟୂରଭଞ୍ଜ :  ୪ବର୍ଷ ତଳର ଏକ ନିଖୋଜ ମାମଲାର ଅଡୁଆ ଖିଅକୁ ସଜାଡିବାରେ ସଫଳ ହୋଇଛି ବାରିପଦା ଟାଉନ୍ ଥାନା ପୋଲିସ। ୪ ବର୍ଷ ତଳେ ଜଣେ ଯୁବକଙ୍କ ନିଖୋଜ ମାମଲା ସହ ଯୋଡି ହୋଇଯାଇଛି ହତ୍ୟାକାଣ୍ଡ ଘଟଣା । ଶେଷରେ ବେଶ ନାଟକୀୟ ଢଙ୍ଗରେ ସାମ୍ନାକୁ ଆସିଛି ନିଖୋଜ ମାମଲା ଅସଲ କାହାଣୀ । ଆଉ ହତ୍ୟାକାଣ୍ଡର ମୁଖ୍ୟ ୨ ଅଭିଯୁକ୍ତ ପୋଲିସ ହାତରେ ଧରାପଡି ଗିରଫ ହେବା ସହ କୋର୍ଟ ଚାଲାଣ। ମୟୂରଭଞ୍ଜ ଜିଲ୍ଲା ସଦର ମହକୁମା ବାରିପଦା ୧୮ ନମ୍ବର ୱାର୍ଡ ବାସିନ୍ଦା ପର୍ଶୁରାମ ବେହେରାଙ୍କ ପୁଅ ୨୦୧୭ ମସିହା ଅପ୍ରେଲ ମାସରେ ନିଖୋଜ ହେବାନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା ।

ସେ ସମୟରେ ପୁଅ ବିଶ୍ୱଜିତ ବେହେରାଙ୍କର କୌଣସି ପତ୍ତାନମିଳିବାରୁ ବାପା ପର୍ଶୁରାମ୍ ବ୍ୟସ୍ତବିବ୍ରତ ହୋଇପଡିଥିଲେ । ଏହି ଘଟଣାକୁ ୪ ବର୍ଷ ବିତିଗଲା ପରେ ଶେଷରେ ବିଶ୍ୱଜିତଙ୍କ ଠିକଣା ଖୋଜିପାଇବାରେ ସଫଳ ହୋଇଛି ତଦନ୍ତକାରୀ ଦଳ । ନିଖୋଜ ବିଶ୍ୱଜିତ ବ୍ୟବହାର କରିଥିବା ମୋବାଇଲ ଜରିଆରେ ଟାଉନା ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଓ ତାଙ୍କ ଟିମ୍ ଘଟଣାର ପର୍ଦ୍ଦାପାସ କରିବାରେ ସଫଳ ହୋଇଛନ୍ତି । ନିଖୋଜ ବିଶ୍ୱଜିତଙ୍କୁ ହତ୍ୟା କରାଯାଇଥିବା ପୋଲିସ ରିପୋର୍ଟରୁ ଜଣାପଡିଛି । ହତ୍ୟା ମାମଲାରେ ଜଡିତ କୁଳିଅଣା ଥାନା ଅଞ୍ଚଳର ନରେନ୍ଦ୍ର ପାତ୍ର ଓ ଝାଡଖଣ୍ଡର ବଂଶୀଧର ପାତ୍ରଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking