32.1 C
Bhubaneswar
Thursday, May 2, 2024
Homeଓଡିଶାଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କୁ ବିଜେଡିର ଏକ ପ୍ରତିନିଧି ଦଳ ଭେଟି ସହାୟତା ରାଶି...

ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରଙ୍କୁ ବିଜେଡିର ଏକ ପ୍ରତିନିଧି ଦଳ ଭେଟି ସହାୟତା ରାଶି ପ୍ରଦାନ

ମୟୁରଭଞ୍ଜ : ଟ୍ରାକ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ସଦସ୍ୟଙ୍କୁ  ବିଜେଡିର ଏକ ପ୍ରତିନିଧି ଦଳ ଭେଟି ସହାୟତା ରାଶି ପ୍ରଦାନ କରିଛନ୍ତି। ଏହି ପ୍ରତିନିଧି ଦଳରେ ସାଂସଦ ମମତା ମହାନ୍ତ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସହ ମୟୁରଭଂଜ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସ, ସାରସକଣା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଭାଦବ ହାଁସଦା,ଏଡି ଏମ ପ୍ରକାଶ ଚନ୍ଦ୍ର ବେହେରା, ସ୍ଥାନୀୟ ତହସିଲଦାର ସତ୍ୟବାନ ନାଏକ ଉପସ୍ଥିତ ଥିଲେ। ବିଜେଡି ପ୍ରତିନିଧିଦଳ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣେଇବା ସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ୨ଲକ୍ଷ ଟଙ୍କା ସହାୟତା, ଜିଲ୍ଲା ରେଡ଼କ୍ରସ ତରଫରୁ ୧୦ହଜାର ଟଙ୍କାର ଚେକ ପ୍ରଦାନ କରିବା ସହ ଦଳ ତରଫରୁ ନଗଦ ୫୦ ହଜାର ଟଙ୍କା ଲେଖାଁଏ ​‌ ୪ ଜଣ ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଛି। ତେବେ ଦୁର୍ଘଟଣାରେ ପ୍ରାଣ ହରାଇ ଥିବା ଝାଡ଼ଖଣ୍ଡର ଦେଢ଼ବର୍ଷର ଶିଶୁର ପରିବାର ଲୋକଙ୍କୁ ଦଳ ତରଫରୁ ୫୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଗତକାଲି ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଁଏ ସହାୟତା ପ୍ରଦାନ ନେଇ ଘୋଷଣା କରିଥିଲେ। ସୂଚନାଯୋଗ୍ୟ,  ୧୭ତାରିଖ ରାତିରେ ସାରସକଣା ବ୍ଲକର ମୁରୁଣିଆ ନିକଟରେ ଏକ ଟ୍ରାକ୍ଟରରେ ଆଦିବାସୀ ନାଚ ସାରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ୧୦ଫୁଟ ତଳକୁ ଖସି ପଡ଼ିଥିଲା, ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତରଖାନାରେ ଆଉ ୨ଜଣଙ୍କର ମୃତ୍ୟୁକୁ ନେଇ ମୋଟ ୬ଜଣଙ୍କର ମୃତ୍ୟୁ ଘଟିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking