39.1 C
Bhubaneswar
Friday, April 26, 2024
Homeଓଡିଶା୨୧ ରୁ ମାଟ୍ରିକ ଖାତା ଦେଖା

୨୧ ରୁ ମାଟ୍ରିକ ଖାତା ଦେଖା

କଟକ: ୨୧ ରୁ ହେବ ମାଟ୍ରିକ ଖାତା ଦେଖା । ଏଥିପାଇଁ ୨୦ ତାରିଖ ସକାଳ ୧୦ ଟା ସୁଦ୍ଧା ପରୀକ୍ଷା କେନ୍ଦ୍ର ରେ ଯୋଗ ଦେବାକୁ ପରୀକ୍ଷକ ମାନଙ୍କୁ କହିଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ର କର୍ତ୍ତୁପକ୍ଷ । ଦଶମ , ଧନ୍ଦାମୂଳକ ଶିକ୍ଷା ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ହେବ । ୫୮ ଟି ମୂଲ୍ୟାୟନ କେନ୍ଦ୍ର ରେ ଖାତା ଦେଖା ହେବ । ୧୦-୧୨ ଦିନ ପର୍ଯ୍ୟନ୍ତ ଖାତା ଦେଖା ଚାଲିବ ।ଖାତା ଦେଖା ପାଇଁ ୪୮୧ ଜଣ ମୁଖ୍ୟ ପରୀକ୍ଷକ ୯୦୦ ଜଣ ଉପ ପରୀକ୍ଷକ ଏବଂ ୮୯୧୯ ଜଣ ସହକରୀ ପରୀକ୍ଷକ ଉପସ୍ଥିତ ରହିବେ । ଦଶମ, ଏସଓଏସ ଓ ମଧ୍ୟମା ପରୀକ୍ଷାର ଖାତା ମୂଲ୍ୟାୟନ ହେବ । ତେବେ ଖାତା ଦେଖା ପରେ ମାର୍କ ଅପଡେଟ କରାଯିବ ବୋଲି ସୂଚନା ଦେଇଛନ୍ତି ବୋର୍ଡ ସଭାପତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking