27.8 C
Bhubaneswar
Friday, April 19, 2024
Homeଓଡିଶାପ୍ରେମ କଲେ, ମୋ ସହ ସବୁକିଛି କଲେ, ମନ ଭରିଗଲା ପରେ ଏବେ ଛାଡି ଚାଲିଗଲେ

ପ୍ରେମ କଲେ, ମୋ ସହ ସବୁକିଛି କଲେ, ମନ ଭରିଗଲା ପରେ ଏବେ ଛାଡି ଚାଲିଗଲେ

ଯାଜପୁର :ଲଭ, ସେକ୍ସ ଆଉ ଧୋକା । ଏହା ପ୍ରାୟ ଅନେକ ମଣିଷଙ୍କ ସହ ହୋଇଥାଏ । ଲଭ କଲେ ପ୍ରେମର ମିଠା ସରିଯିବା ପରେ ଧୋକା ଦେଲେ । ବିବାହ କଲେ ସ୍ତ୍ରୀ ସହ ପ୍ରେମ କଲେ ଆଉ ପ୍ରେମ ସରିଯିବା ପରେ ରାସ୍ତାରେ ଫିଙ୍ଗି ଦେଇଛନ୍ତି ଧୋକାବାଜ ସ୍ଵାମୀ । ସ୍ତ୍ରୀ ଜଣକ ଭୋ ଭୋ ହୋଇ କାନ୍ଦୁ ଛନ୍ତି । ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଦାନକତି ଅଞ୍ଚଳରୁ ।ଭଦ୍ରକ ଜିଲ୍ଲାର ଆଶା ରାଣୀ ପଲେଇ ଯାଜପୁର ଜିଲ୍ଲା ବଣିଆ ପୋଷ୍ୟ ଅଞ୍ଚଳର ନବୀନା ବେହେରାଙ୍କ ପୁଅ ଦିଲୀପ ବେହେରାଙ୍କୁ ପ୍ରେମ କରିଥିଲେ । ଦିଲୀପଙ୍କୁ ଆଶା ରାଣୀଙ୍କ ସହ ପ୍ରେମର ଛଳନା କରୁଥିଲେ ଆଉ ଏହା ଜାଣିବା ପରେ ଯୁବତୀ ନ୍ୟାୟ ପାଇବା ପାଇଁ ରାଞ୍ଚନ୍ଦ୍ର ପୁର ଥାନାର ଦ୍ଵାରସ୍ଥ ହୋଇଛନ୍ତି ।
ପୋଲିସ ସହମତିରେ ଉଭୟ ଯାଜପୁର କୋର୍ଟରେ ଗତ ୩୦ ତାରିଖରେ କୋର୍ଟ ମ୍ୟାରେଜ କରିଥିଲେ ।କୋର୍ଟ ମ୍ୟାରେଜ ପରେ ଦିଲୀପ ଆଶା ରାଣୀଙ୍କୁ ଘରକୁ ନ ନେଇ ଏକ ଭଡା ଘର କରି ରଖିଥିଲେ । ଗତ ଦୁଇ ଦିନ ପୂର୍ବରୁ ନୂଆ ଏକ ଭଡା ଘର ଖୋଜିବାର ବାହାନା କରି ଆଶା ରାଣୀଙ୍କୁ ତାଙ୍କ ଘରକୁ ପଠେଇ ଦେଇ ନିଜ ଘରକୁ ଚାଲିଯାଇଥିଲେ ଦିଲୀପ । ଫୋନ କଲେ ରିସିଭ କରୁ ନାହାନ୍ତି ଆଉ କଲ୍ ବ୍ୟାକ କରିବା ତ ଦୂରର କଥା । ଏହା ପରେ ଆଶା ରାଣୀ ନ୍ୟାୟ ପାଇଁ ପୋଲିସର ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ତାଙ୍କୁ କୌଣସି ସୁଫଳ ମିଳି ନାହିଁ । ୧୨ ଦିନର ସ୍ଵାମୀକୁ ଆଶା ରାଣୀ ଖୋଜି ଖୋଜି ରାସ୍ତା କଡରେ ବସି ଭୋ ଭୋ ହେଇ କାନ୍ଦୁ ଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking