29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶତାଲିବାନ ବିରୋଧରେ ଯୁଦ୍ଧ ଡାକରା, ଆମେରିକାକୁ ଅସ୍ତ୍ରଶସ୍ତ୍ର ମାଗିଲେ ମାସୁଦ

ତାଲିବାନ ବିରୋଧରେ ଯୁଦ୍ଧ ଡାକରା, ଆମେରିକାକୁ ଅସ୍ତ୍ରଶସ୍ତ୍ର ମାଗିଲେ ମାସୁଦ

କାବୁଲ: ଆଫଗାନିସ୍ତାନର ସବୁଠାରୁ ପ୍ରଖ୍ୟାତ ତାଲିବାନୀ ବିରୋଧୀ ନେତାଙ୍କ ପୁଅ ଏବେ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଅଣ୍ଟା ଭିଡ଼ିଛନ୍ତି । ତାଲିବାନ ଆଫଗାନିସ୍ତାନର ସବୁ ଅଞ୍ଚଳ ନିଜ କବଜାକୁ ନେଇ ସାରିଥିବାବେଳେ ଏବେ ବି ପଞ୍ଜଶିର ଅପରାଜୟ ରହିଛି । ୧୯୯୬ ମସିହାରେ ବି ପଞ୍ଜଶିରକୁ ଦଖଲ କରିପାରି ନଥିଲା ତାଲିବାନ । ଏବେ ସେହି ପଞ୍ଜଶିର ରକ୍ଷାକବଚ ସାଜିଥିବା ଅହମଦ ମାସୁଦ ତାଲିବାନ ବିରୋଧରେ ଲଢ଼େଇ କରିବାକୁ ଘୋଷଣା କରିଛନ୍ତି । ଏଥିପାଇଁ ସେ ଆମେରିକାକୁ ଅସ୍ତ୍ରଶସ୍ତ୍ର ଯୋଗାଇଦେବାକୁ ନିବେଦନ କରିଛନ୍ତି । ୱାଶିଂଟନ ପୋଷ୍ଟରେ ମାସୁଦଙ୍କ ବୟାନ ପ୍ରକାଶ ପାଇଛି । ଏଥିରେ ମାସୁଦ କହିଛନ୍ତି, ଆମେରିକା ଆମ ଯୋଦ୍ଧାମାନଙ୍କୁ ସମର୍ଥନ କରି ଅସ୍ତ୍ରଶସ୍ତ୍ର ପଠାଇପାରିବ । ମୁଁ ଆଜି ପଞ୍ଜଶିର ଉପତ୍ୟକାରୁ ସମସ୍ତଙ୍କୁ ତାଲିବାନ ବିରୋଧରେ ଏକାଠି ହେବାକୁ ଆହ୍ୱାନ କରୁଛି । ମୁଁ ମୋ ବାପାଙ୍କ ପଦାଙ୍କ ଅନୁସରଣ କରିବି । ମୋ ସହ ମୁଜାହିଦ୍ଦିନ ଯୋଦ୍ଧା ଅଛନ୍ତି । ସେମାନେ ପୁଣିଥରେ ତାଲିବାନକୁ ଟକ୍କର ଦେବାକୁ ପ୍ରସ୍ତୁତ । ଆଫଗାନର ପୂର୍ବତନ ସ୍ପେଶାଲ ଫୋର୍ସ କମାଣ୍ଡରମାନେ ମୋ ସହ ରହିଛନ୍ତି । ଆଫଗାନ ଆର୍ମିର କମାଣ୍ଡରମାନେ ଆତ୍ମସମର୍ପଣ କରିଥିଲେ ହେଁ ଯବାନମାନେ ଆମ ସହ ଲଢ଼େଇ କରିବାକୁ ଏକାଠି ହୋଇଛନ୍ତି । କିନ୍ତୁ ଆମକୁ ଅଧିକରୁ ଅଧିକ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଦରକାର ବୋଲି ସେ କହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମାସୁଦଙ୍କ ସହ ଆଫଗାନର କାମଚଳା ରାଷ୍ଟ୍ରପତି ଅମରୁଲ୍ଲା ସାଲେହ ମଧ୍ୟ ରହିଛନ୍ତି । ସେ ବି ମାସୁଦଙ୍କ ଭଳି ପଞ୍ଜଶିରରୁ ତାଲିବାନ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି । ମାସୁଦଙ୍କ ବାପା ଅହମଦ ଶାହ ମାସୁଦ ପଞ୍ଜଶିରର ସିଂହଭାବେ ବେଶ ପରିଚିତ ଥିଲେ । ୨୦୦୧ରେ ତାଲିବାନୀ ତାଙ୍କୁ ହତ୍ୟା କରିଥିଲେ । ହେଲେ ମୃତ୍ୟୁ ପର୍ଯ୍ୟନ୍ତ ସେ ତାଲିବାନ ସହ ଲଢ଼େଇ କରି ପଞ୍ଜଶିରର ରକ୍ଷା କବଚ ବନିଥିଲେ । ତାଙ୍କ ବୀରତ୍ୱ ଯୋଗୁଁ ୧୯୯୦ ସିଭିଲ ୱାର ବେଳେ ଏହି ହିନ୍ଦୁ କୁଶ ପର୍ବତମାଳା ତାଲିବାନ ପଞ୍ଝାରେ ପଡ଼ି ନଥିଲା । ୧୯୮୦ରେ ସୋଭିଏତ ୟୁନିୟନ ମଧ୍ୟ ଏଠାରେ ପ୍ରବେଶ କରି ପାରିନଥିଲା । ଏବେ ମଧ୍ୟ ପଞ୍ଜଶିର ଶେଷ ପ୍ରଦେଶଭାବେ ସ୍ୱାଧୀନ ହୋଇ ରହିଛି । ଏହି ପର୍ବତମାଳା ଯେତିକି ସୁନ୍ଦର ଶତ୍ରୁ ପାଇଁ ସେତିକି ଭୟଙ୍କର । ତାଲିବାନ ମଧ୍ୟ ଏହି ଘାଟିକୁ ଭୟ କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking