23.1 C
Bhubaneswar
Tuesday, March 19, 2024
Homeବ୍ରେକୀଙ୍ଗମାର୍କେଟ କମ୍ପ୍ଲେକ୍ସ ଘର ଏବେ ଭୂତ କୋଟି

ମାର୍କେଟ କମ୍ପ୍ଲେକ୍ସ ଘର ଏବେ ଭୂତ କୋଟି

କେନ୍ଦ୍ରାପଡା: ଆର୍ଥିକ ବର୍ଷରୁ ଆରମ୍ଭ ହୋଇ ୨୦୧୭-୧୮ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଡେରାବିଶ ବ୍ଲକ ଅନ୍ତର୍ଗତ ଗୋଲହାଠଟ ପଞ୍ଚାୟତ ଅଧୀନ ଡେରାବିଶ ଫାଣ୍ଡି ବଜାରରେ ପଞ୍ଚାୟତ ପକ୍ଷରୁ ୨୫ ବଖରା ସେ ନୂତନ ମାର୍କେଟ କମ୍ପ୍ଲେକ୍ସ ଗୃହ ନିର୍ମାଣ କରାଯାଇଥିଲା । କ୍ରମେ ନିର୍ମିତ ହୋଇଥିବା ଏହି ମାର୍କେଟ କମ୍ପ୍ଲେକ୍ସ ଗୃହରେ ସରକାରଙ୍କ ସିଏଫ୍‌ସି ଏସ୍ଏଫ‌ସ୍ ଯୋଜନା ସମେତ ପଞ୍ଚାୟତ ନିଜସ୍ଵ ଅର୍ଥରେ ମୋଟୋ ୨୩ ଲକ୍ଷ ଟଙ୍କା ଖର୍ଚ୍ଚ କରଯାଇଥିଲା । ତେବେ ଏହି ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ପୂର୍ବରୁ ଉକ୍ତ ସ୍ଥାନରେ ବ୍ୟବସାୟ କରିଥିବା ବହୁ ପୁରାତନ ବ୍ୟବସାୟିକ ପ୍ରଥେମେ ନିଜ ପୁରୁଣା ଦୋକାନ ଗୃହ ଭାଙ୍ଗିବାକୁ ଅମଙ୍ଗ ହେଉଥିବା ବେଳେ ପରେ ପଞ୍ଚାୟତ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ନୂତନ ପକ୍କା ଦୋକାନ ଗୃହ ଯୋଗାଇବାର ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ପୁରୁଣା ଘର ଭାଙ୍ଗିବାକୁ ରାଜି ହୋଇଥିଲେ । ହେଲେ ଇତିମଧ୍ୟରେ ତିନି ବର୍ଷରୁ ଉର୍ଷର ସମୟ ବିତାଇବା ସାରିଥିଲେ ମଧ୍ୟ ସେହି ପୁରୁଣା ବ୍ୟବସାୟୀ ନୂତନ ଗୃହ ପାଇବା ଆଶାରେ ପ୍ରସାଶନକୁ ଚାତକ ପରି ଚାହିଁ ରହିଛନ୍ତି । ପଞ୍ଚାୟତ ପକ୍ଷରୁ ମଧ୍ୟ ବିଗତ ବର୍ଷ ମାନଙ୍କରେ ଏହି ଦୋକାନ ଗୃହରେ ପଞ୍ଚାୟତ ରିଜୋଲ୍ୟୁସନ ଅନୁଯାଇ ଏବଂ ସରକାରୀ ନିୟମିତ ଅନୁଯାଇ ବଣ୍ଟନ କରିବା ପାଇଁ ପ୍ରଶାସନ ପାଖରେ ବହୁ ବାର ଗୁହାରି କରାଯାଇଛି ।  ହେଲେ ପ୍ରସାସନର ନିରଵତା ପାଇଁ କେତେକ ପୁରୁଣା ବ୍ୟବସାୟୀ ଅସ୍ଥାୟୀ ଭାବେ ଉକ୍ତ ଖାଲି ପଡ଼ିଥିବା ଗୃହରେ ଉଠା ଦୋକନ କରି ପରିବାର ଗୁଜୁରାଣ ମେଣ୍ଟାଉଥିଲେ ।  ହେଲେ ଗତ ବିଧାନସଭା ନିର୍ବାଚନର ଠିକ୍ ପୂର୍ବରୁ ବ୍ଲକ ପ୍ରଶାସନ ଅଧିକାରୀ ଙ୍କ ଉପସ୍ଥିତିରେ ଉକ୍ତ କମ୍ଲେକ୍ସରୁ ସମେସ୍ତ ଉଠା ଦୋକାନୀଙ୍କ ଉଚ୍ଛେଦ କରି ଦିଆଯାଇ ଘର ଗୁଡ଼ିକ ସିଲ୍ କର ଦିଆଗଲା । ଅପରପକ୍ଷରେ ଦୀର୍ଘ ଦିନ ଧରି କମ୍ଲେକ୍ସ ଗୃହ ସିଲି ପାଇବାର ପ୍ରତିଶ୍ରୁତି ପାଇଥିବା ଵହୁ ଦୋକାନୀମାନେ ଦୀର୍ଘ ଦିନ ଧରି ହେଲା ଉଠା ଦୋକାନ କରି ବାରଦ୍ଵାର ବିଣ୍ଡି ପିଣ୍ଡି ହେଉଥିବା ଜଣାପଡ଼ିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking