25.5 C
Bhubaneswar
Friday, March 28, 2025
HomeUncategorizedଅଟୋ ଚାଳକଙ୍କ ଝିଅ ମିସ ଇଣ୍ଡିଆ ରନର ଅପ

ଅଟୋ ଚାଳକଙ୍କ ଝିଅ ମିସ ଇଣ୍ଡିଆ ରନର ଅପ

ଭୁବନେଶ୍ୱର : ମନରେ ନୂତନ ଶକ୍ତି ଓ ଉର୍ଜା ଭରିଦେଉଥିବା ଜଣେ ଝିଅ , ଯାହାଙ୍କ ହାର୍‌କୁ ମଧ୍ୟ ପୁରା ଦେଶ ଜିତ୍ ବୋଲି ମାନୁଛି । ଯାହାଙ୍କ ନାମ ମାନ୍ୟା ସିଂ । ବର୍ଷ ୨୦୨୦ର ମିସ ଇଣ୍ଡିଆ ରନର ଅପ । ମାନ୍ୟା ମୁମ୍ବାଇର ଗୋଟିଏ ଛୋଟ କଲୋନୀରେ ରୁହନ୍ତି । ତାଙ୍କ ପିତା ଅଟୋ ରିକ୍ସା ଚଳାନ୍ତି ଓ ମା’ ଜଣେ ବିୟୁଟିସିଆନ । ଅତି ସାଧାରଣ ଆମଦାନୀ ହେଉଥିବା ପରିବାରରେ ରହୁତିବା ମାନ୍ୟା ଛୁଆ ଦିନରୁ ହିଁ ଏପରି ସ୍ୱପ୍ନ ଦେଖିବା ଆରମ୍ଭ କରି ଦେଇଥିଲେ ଯେଉଁ ସ୍ୱପ୍ନ କେବଳ ଧନୀ ମାନେ ଦେଖିବାର ପରମ୍ପରା ଥିଲା ।

ପିତାଙ୍କୁ ମଧ୍ୟ ନିଜ ଝିଅର ସ୍ୱପ୍ନ ପାଇଁ ଡର ଲାଗୁଥିଲା ଓ ସେ ଚାହୁଁ ନଥିଲେ ତାଙ୍କ ଝିଅର ସ୍ୱପ୍ନ ଭାଙ୍ଗିଯାଉ ସେହି ସ୍ୱପ୍ନ ଥିଲା ମିସ ଇଣ୍ଡିଆ ହେବାର । ସେଥିପାଇଁ ସେ ନିଜ ଝିଅକୁ ସ୍ୱପ୍ନ ଛାଡି ପୁସ୍ତକରେ ମନ ଲଗାଇବାକୁ କହୁଥିଲେ । ଝିଅ ଯେତେବେଳେ ବିଦ୍ୟାଳୟ ଯାଉଥିଲା ସେତେବେଳେ ବ୍ୟାଗରେ ଉଚ୍ଚା ହିଲ ନେଇ ସ୍କୁଲ କୁ ଯିବା ରାସ୍ତାରେ ପଡୁଥିବା ପାର୍କରେ କ୍ୟାଟ ୱାକର ଅଭ୍ୟାସ କରୁଥିଲେ । ଯାହକୁ ଥରେ ପିତା ମାନ୍ୟାର ସ୍କୁଲ ବ୍ୟାଗରେ ଦେଖିନେଇଥିଲେ ଓ କହିଥିଲେ ଏହା ମା’ ସରସ୍ୱତୀଙ୍କ ଅପମାନ ଅଟେ ।

ସେଥିରେ ମାନ୍ୟା ଉ‌ତ୍ତର ଦେଇଥିଲେ ଯେ, ସେ କାହାର ଅପମାନ କରୁନାହାନ୍ତି । ସେ ତାଙ୍କ ବାପାଙ୍କୁ କହିଥିଲେ ଯେ ସେ ପାଠ ପଢିବେ ଓ ତାଙ୍କ ସ୍ୱପ୍ନକୁ ମଧ୍ୟ ପୂରଣ କରିବେ । ଏହାପରେ ଉତ୍ତରପ୍ରଦେଶର ଏକ ଛୋଟ ସ୍ଥାନ କସବେରୁ ମାନ୍ୟା ମୁମ୍ବାଇ ପହଞ୍ଚିଯାଇଥିଲେ । ଏହାସହ ତାଙ୍କ ମିସ ଇଣ୍ଡିଆ ହେବାର ପ୍ରସ୍ତୁତି ଜାରି ରହିଥିଲା ।

୧୦ ଫେବୃଆରୀ ୨୦୨୧କୁ ମାନ୍ୟା ନିଜ ଜୀବନର ସବୁଠାରୁ ବଡ ସଫଳତା ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ । ମାନ୍ୟାକୁ ମିସ ଇଣ୍ଡିଆ ରନର ଅପ ଟାଇଟେଲ ମିଳିଲା ।

କିନ୍ତୁ ସାରା ଦେଶ ତାକୁ ମିସ ଇଣ୍ଡଆ ରୂପରେ ସ୍ୱୀକାର କରୁଛି । ମନ୍ୟା ସିଂ ନିଜ ଟାଇଟେଲେ ଜିତି ଯେତେବେଳେ ଘରକୁ ଫେରୁଥିଲେ ପିତା ସେହି ଅଟୋ ରିକ୍ସାରେ ତାଙ୍କୁ ଆଣିବାକୁ ଯାଇଥିଲେ ।  ଯେଉଁ ଅଟୋକୁ ଚଲାଇ ପିତା ମାନ୍ୟାଙ୍କର ପାଳନ ପୋଷଣ କରିଥିଲେ ।

ମାନ୍ୟାଙ୍କ କହିବା ଅନୁସାରେ ସେ ନିଜ ଜୀବନକୁ ଟ୍ରେନିଂ ସ୍କୁଲ ବନାଇଥିଲେ । ମୁମ୍ବାଇ ଆସି ଏପରି ସ୍ଥାନରେ ଚାକିରୀ କରୁଥିଲେ ଯାହା ତାଙ୍କୁ ଆର୍ଥିକ ରୁପେ ସାହାଯ୍ୟ କରିବା ସହିତ ତାଙ୍କର ବ୍ୟକ୍ତିତ୍ୱକୁ ବିକାଶ କରିବ ।

ମାନ୍ୟା ସିଂ ଜିଦି କରିଥିଲେ ଓ ନିଜ ଦୁନିଆ ବଦଳାଇଥିଲେ । ମାନ୍ୟା ସେହି ସମସ୍ତଙ୍କ ପାଇଁ ପ୍ରେରଣା ଯେଉଁମାନେ ପଇସା ଅଭାବରୁ ନିଜ ସ୍ୱପ୍ନକୁ ଅଧାରେ ଛାଡି ଦିଅନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking