29.1 C
Bhubaneswar
Saturday, July 27, 2024
Homeବ୍ରେକୀଙ୍ଗହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର

ହୋଲି ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର

ନୂଆଦିଲ୍ଲୀ: ମହଙ୍ଗା ଭତ୍ତା କେବେ ବଢିବ । ଡିଏ କେବେ ବଢିବ ଏନେଇ ଲମ୍ବା ସମୟ ଧରି କେନ୍ଦ୍ର କର୍ମଚାରୀ ଅପେକ୍ଷା କରି ରହିଛନ୍ତି । ଫେବୃୟାରୀରେ କେନ୍ଦ୍ର ସରକାର ବଜେଟ ଉପସ୍ଥାପନ କରିଥିଲେ । ସେଥିରେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ନିରାଶ ହେବାକୁ ପଡଥିଲା । ମିଡିଆ ରିପୋର୍ଟ ଅନୁସାରେ, ହୋଲି ପୂର୍ବରୁ ସରକାର କେନ୍ଦ୍ର କର୍ମଚାରୀଙ୍କୁ ଖୁସି ଖବର ଦେଇପାରନ୍ତି । ମହଙ୍ଗା ଭତ୍ତା ଉପରେ ସରକାର ବଡ ଫଇସଲା ନେଇପାରନ୍ତି । ଗତ ବର୍ଷ ମହାମାରୀ କରୋନା ପାଇଁ ଏଥିରେ ବୃଦ୍ଧି କରାଯାଇନଥିଲା । ସେଥିପାଇଁ ଏବେ କର୍ମଚାରୀ ମୋଦି ସରକାରଙ୍କଠାରୁ କିଛି ଅଧିକ ଆଶା କରୁଛନ୍ତି । ସରକାର ଯଦି ଏନେଇ ଘୋଷଣା କରନ୍ତି, ତେବେ ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୫ ଲକ୍ଷ ପେନସନ ଭୋଗୀଙ୍କ ଚେହେରାରେ ହସ ଆସିବ ।

ମହଙ୍ଗା ଭତ୍ତା ଉପରେ ସରକାର ପ୍ରତି ୬ ମାସରେ ସମୀକ୍ଷା କରିଥାନ୍ତି । ଏହାର କାଲକ୍ୟୁଲେସନ ବେସିକ ପେ ଆଧାରରେ ହୋଇଥାଏ । ବେସିକ ପେ ହିସାବ କରି ଏହାର ପ୍ରତିଶତରେ ବୃଦ୍ଧି କରାଯାଏ । ଏହି ବୃଦ୍ଧି ସପ୍ତମବେତନ ଆୟୋଗଙ୍କ ସୁପାରିଶ ଆଧାରରେ ହୋଇଥାଏ । ବର୍ତମାନ କର୍ମଚାରୀ ଓ ପେନସନରଙ୍କୁ ଭିନ୍ନ ଭିନ୍ନ ମହଙ୍ଗା ଭତ୍ତା ଦିଆଯାଉଛି । ସରକାର ଯଦି ଏହା ଉପରେ ଘୋଷଣା କରନ୍ତି, ତେବେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଏହାର ବଡ ଫାଇଦା ହେବ । ଏବେ ସେମାନଙ୍କୁ ୧୭ ପ୍ରତିଶତ ଡିଏ ମିଳୁଛି । ଯଦି ଏଥିରେ ଆଉ ୪ ପ୍ରତିଶତ ବୃଦ୍ଧି ହୁଏ, ତେବେ ଏହା ୨୧ ପ୍ରତିଶତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking