33.1 C
Bhubaneswar
Friday, April 26, 2024
Homeଅପରାଧକ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ନକଲି କାର୍ ଆଇଡି ଦେଖାଇ ବ୍ୟକ୍ତି ଗିରଫ

କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ନକଲି କାର୍ ଆଇଡି ଦେଖାଇ ବ୍ୟକ୍ତି ଗିରଫ

କୋଲକାତା: ନିଜକୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ଡେପୁଟି ଡାଇରେକ୍ଟର ଭାବେ ମିଥ୍ୟା ପରିଚୟ ଦେଇଥିବା ବ୍ୟକ୍ତିକୁ ବୁଧବାର ରାତିରେ କୋଲକାତା ପୋଲିସ ଗିରଫ କରିଛି ।
କୋଲକାତା ଇଏମ ବାଇପାସରେ ଟ୍ରାଫିକ ପୋଲିସର ନାକା ଯାଞ୍ଚ କରୁଥିବାବେଳେ ଏକ କାରକୁ ଅଟକାଯାଇଥିଲା । ଯେଉଁଥିରେ ଡେପୁଟି ଡାଇରେକ୍ଟର ନ୍ୟାସନାଲ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସଂକେତ ଲାଗିଥିଲା । ଏବଂ ଗାଡି ପଛପଟେ ପଶ୍ଚିମବଙ୍ଗ ସରକାରଙ୍କ ପରିଚୟ ଥିବା ଦୁଇଟି ପ୍ଲେଟ ମଧ୍ୟ ଥିଲା ।
ଗାଡିରେ ଥିବା ବ୍ୟକ୍ତି ନିଜକୁ ଗୋଲାମ ରାବଣୀ ବୋଲି ପରିଚିତ କରିଥିଲେ କିନ୍ତୁ ସେ ଡେପୁଟି ଡାଇରେକ୍ଟର ବୋଲି ପ୍ରମାଣ କରିବାକୁ କୌଣସି ସଠିକ ପ୍ରମାଣ ପତ୍ର ଦେଇପାରିନଥିଲେ ।
ଏହା ପରେ ତାଙ୍କୁ ପ୍ରଗତି ମଇଦାନରେ ସ୍ଥାନୀୟ ପୋଲିସ ଷ୍ଟେସନକୁ ନିଆଯାଇଥିଲା । ପ୍ରାରମ୍ଭିକ ପଚରାଉଚରା ବେଳେ ପୋଲିସ ଜାଣିବାକୁ ପାଇଲା ଯେ ସେ ବେନିଆପୁକୁରର ବାସିନ୍ଦା କିନ୍ତୁ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋ ସହିତ ତାର କୌଣସି ସମ୍ପର୍କ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking