ନଦୀରେ ବୁଡି ଯୁବକ ମୃତ

man drwoned in river

ଯାଜପୁର : ଯାଜପୁର ବିଝାଂରପୁର ବ୍ଳକ ବାଛଳ ନିକଟରେ ଖରତ୍ସୋତା ନଦୀରେ ଯୁବକରର ମୃତ ଦେହ ଉଦ୍ଧାର । ମୃତକ ହେଲେ ଚନ୍ଦ୍ରମୁଁ ପଂଚାୟତ ବାଣପୁର ଗ୍ରାମର କରୁଣାକର ସାମଲଙ୍କ ପୁଅ ବରୁଣ ସାମଲ । ବରୁଣ ଗତକାଲି ଖରତ୍ସୋତା ନଦୀରେ ବୁଡ଼ି ଯାଇଥିଲେ । ଖବର ପାଇ ବିଂଝାରପୁର ଦମକଳ ବାହିନୀ ଘଟଣା ସ୍ଥଳରେ ପହଚିଂ ବହୁ ଖୋଜା ଖୋଜି କରିବା ପରେ ବି ତାଙ୍କର କୌଣସି ପତ୍ତା ମିଳି ନଥିଲା। ଆଜି ବାଛଳ ଠାରେ ଏକ ମୃ୍‌ତ ଶରୀର ଖରତ୍ସେ୍‌ାତା ନଦୀରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ମୃତ ଦେହକୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ପୋଲିସ ମୃ୍‌ତ ଶରୀରକୁ ଚିହ୍ନଟ କରି ପରିବାର ବର୍ଗକୁ ଖବରଦେବା ସହିତ ମୃ୍‌ତ ଶରୀରକୁ ବ୍ୟବଛେଦ ପାଇଁ ଯାଜପୁର ମୁଖ୍ୟଚିକିତ୍ସାଳୟକୁ ପଠାଇଛି।

LEAVE A REPLY

Please enter your comment!
Please enter your name here