26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗସମାଜସେବୀ ଡ଼ିଡ଼ି ମାର୍କେଟ ପୂର୍ବତନ ସମ୍ପାଦକଙ୍କ ପରଲୋକ

ସମାଜସେବୀ ଡ଼ିଡ଼ି ମାର୍କେଟ ପୂର୍ବତନ ସମ୍ପାଦକଙ୍କ ପରଲୋକ

ଯାଜପୁର:  ବ୍ୟାସନଗର ଷ୍ଟେସନ ବଜାର ଡି ଡି ମାର୍କେଟ ର ପୂର୍ବତନ ସମ୍ପାଦକ ଏବଂ ବ୍ୟାସନଗର ନାଗରିକ କମଟିର ସଭ୍ୟ ସୁରେନ୍ଦ୍ର କୁମାର ସାହୁଙ୍କର ଗତ କାଲି ରାତି ୮.୩୦ ମିନିଟ୍ ସମୟରେ ଚିକିତ୍ସା ଅବସ୍ଥାରେ ଟାଟା ମେଡିକାଲ୍ଠାରେ ପରଲୋକ ହୋଇଅଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇ ଥିଲା l ସେ ଜଣେ ବିଶିଷ୍ଟ ସମାଜସେବୀ l ବ୍ୟାସନଗର ତଥା ଲଷ୍ମୀନଗର ଓ ଶଙ୍ଖଚିଲ  ଅଞ୍ଚଳର ଜଣେ ଜଣା ଶୁଣା ବ୍ୟକ୍ତି ଥିଲେ । ଏଥିସହ ବ୍ୟାସନଗର ନାଗରିକ କମିଟିର ସଭ୍ୟ ଥିଲେ ତରାପୁର ହିଙ୍ଗୁଳା କମିଟିର ସମ୍ପାଦକ ଥିଲେ l ତାଙ୍କ ମୃତ୍ୟୁ ଖବରରେ ସମ୍ପୃକ୍ତ ଅଞ୍ଚଳରେ ଶୋକ ଛାୟା ଖେଳି ଯାଇଛି ବ୍ୟାସନଗର ନାଗରିକ କମିଟି ର ସଭାପତି ଡ଼.  ହେମନ୍ତ କିଶୋର ସାହୁ ଏବଂ ସମ୍ପାଦକ ଓ ଡ଼ି. ଡ଼ି ମାର୍କେଟ କଂପ୍ଲେକ୍ସ ର ସଭାପତି ଦୁର୍ଯ୍ୟୋଧନ ରାଉତ, ମାର୍କେଟ କଂପ୍ଲେକ୍ସ ର ଉପସଭାପତି ସୁରେଶ କୁମାର ଦାସ, ସମ୍ପାଦକ ଅଭିରାମ ସାହୁ, ବିଶ୍ୱାସ, ବିନୋଦ ବିହାରୀ ସାହୁ, କୈଳାଶ କୁମାର ରାଉତ, ପ୍ରେମାନନ୍ଦ ସାହୁ, ରଶ୍ମି ରଞ୍ଜନ ସାହୁ, ରାଜେନ୍ଦ୍ର କୁମାର ନାୟକ, ନିର୍ମଳ କୁମାର ନାୟକ ପ୍ରମୁଖ ଗଭୀର ଶୋକପ୍ରକାସ କରି ଅଛନ୍ତି ଓ ଡ଼ି. ଡ଼ି. ମାର୍କେଟ ସମ୍ପୂର୍ଣ ବନ୍ଦ ରହିଛି l ତାଙ୍କ ଆତ୍ମାର ସଦଗତି ପାଇଁ ଭଗବାନ ନିକଟରେ ପ୍ରାର୍ଥନା କରାଯାଇଛି l

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking