31.1 C
Bhubaneswar
Wednesday, May 8, 2024
Homeଓଡିଶାମହାଦେବଙ୍କୁ ନୀଳକଣ୍ଠ କାହିଁକି କୁହାଯାଏ...

ମହାଦେବଙ୍କୁ ନୀଳକଣ୍ଠ କାହିଁକି କୁହାଯାଏ…

ଭୁବନେଶ୍ୱର : ମହାଶିବରାତ୍ରୀକୁ ନେଇ ବହୁତସାରା ପୌରାଣିକ ଲୋକକଥା ରହିଛି । ଭାଗବତ ପୁରାଣ ଅନୁସାରେ ଦେବତା ଓ ଅସୁରଙ୍କ ମଧ୍ୟରେ ହୋଇଥିବା ସମୁଦ୍ରମନ୍ଥନରେ ବହୁତସାରା ଦୁର୍ଲ୍ଲଭ ଜିନିଷ ବାହାରିଥିଲା । ଯାହାକୁ ଦେବତା ଓ ଅସୁରଗଣ ନିଜନିଜ ମଧ୍ୟରେ ବାଣ୍ଟିନେବେ । କିନ୍ତୁ ଏହି ସମୁଦ୍ର ମନ୍ଥନ ଦ୍ୱାରା ବିଷ ବାହାରିଲା ।

 
ଏହାକୁ ନେବାପାଇଁ ନା ଦେବତା, ନା ଅସୁରଗଣ ରାଜି ହେଲେ । ଏହି ବିଷ ସମୁଦ୍ରରେ ମିଶି ବହୁ ଦୂରକୁ ଚାଲିଗଲା । ଯାହାକୁ ପାନକରି ମନୁଷ୍ୟ, ପଶୁପକ୍ଷୀ ମୃତ୍ୟୁମୁଖରେ ପଡ଼ିଲେ । ଯାହା ସୃଷ୍ଟିର ଜୀବମାନଙ୍କ ଉପରେ ଖରାପ ପ୍ରଭାବ ପକାଇବାକୁ ଲାଗିଲା । ଦେବତାଙ୍କୁ ଡରଲାଗିଲା କାହିଁ ଏ ବିଷୟର ପ୍ରଭାବ ଧୀରେଧୀରେ ସ୍ୱର୍ଗକୁ ନ ଆସୁ । ଯେଉଁଥିରେ ବିଚଳିତ ହୋଇ ଦେବତା, ମୁନିରୁଷି ଭଗବାନ ଶିବଙ୍କ ପାଖକୁ ଗଲେ ।

ସମସ୍ତେ ସୃଷ୍ଟିକୁ ବଂଚାଇବା ପାଇଁ ଯୋଡ଼ ହସ୍ତରେ ମହାଦେବଙ୍କୁ ଅନୁରୋଧ କଲେ । ଭଗବାନ ଶିବ ଦୟାବାନ ଓ ଦାନୀ ଅଟନ୍ତି । ସେ ତୁରନ୍ତ ବ୍ରହ୍ମଣ୍ଡର ରକ୍ଷା ପାଇଁ ବିଷକୁ ପାନ କରି ନିଜର ଯୋଗଶକ୍ତିବଳରେ କଣ୍ଠରେ ଧାରଣ କରିନେଲେ । ସେବେଠାରୁ ଭଗବାନ ଶିବଙ୍କୁ ନୀଳକଣ୍ଠ ନାମରେ ମଧ୍ୟ ଭକ୍ତ ଡାକିଥାନ୍ତି ।ଭଗବାନ ଶିବଙ୍କର ଏହି ପରୋପକାରୀ ଗୁଣ ପାଇଁ ସବୁ ଦେବାତାମାନେ ରାତି ସାରା ଶିବଙ୍କର ମହିମା ଗାନ କରି ଦେବଙ୍କର ଦେବ ମହାଦେବଙ୍କ ନାମରେ ନାମିତ ଆଖ୍ୟାଦେଲେ । ଏଥିପାଇଁ ଶଙ୍କର ଭଗବାନଙ୍କୁ ମହାଦେବ ବୋଲି କୁହାଯାଏ । ଭଗବାନ ଶିବ ସାହାସ, ଧୈର୍ଯ୍ୟ ଓ ଉଦାରତାର ସହ ଦୟା ଦେଖାଇ ବିଷପାନ କରିଥିଲେ । ତେଣୁ ମହାଶିବରାତ୍ରୀକୁ ଲୋକକଲ୍ୟାଣ, ଉଦାରତା ପରୋପକାରୀର ପ୍ରତିକ ରୂପ ପାଳନ କରାଯାଏ ।
 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking