31.1 C
Bhubaneswar
Sunday, May 19, 2024
Homeଓଡିଶାଅଧାରୁ ରହିଗଲା ନିର୍ବନ୍ଧ ! ହୁଳହୁଳି ବଦଳରେ ଶୁଭିଲା କାନ୍ଦଣା.....

ଅଧାରୁ ରହିଗଲା ନିର୍ବନ୍ଧ ! ହୁଳହୁଳି ବଦଳରେ ଶୁଭିଲା କାନ୍ଦଣା…..

ଗଞ୍ଜାମ : ଆଉ ମାତ୍ର କିଛି କ୍ଷଣ ପରେ ହୋଇଥାନ୍ତା ନିର୍ବନ୍ଧ ! ହେଲେ, ନିମଷକେ ଭାଙ୍ଗି ଗଲା ସୁନେଲି ସ୍ବପ୍ନ। ଉଭୟ ବରପକ୍ଷ ଓ କନ୍ୟାପକ୍ଷର ଲୋକେ ଏକାଠି ରୁଣ୍ଡ ହୋଇଥାନ୍ତେ। ମହାପ୍ରସାଦକୁ ସାକ୍ଷୀ ରଖି ନିର୍ବନ୍ଧ ବନ୍ଧନରେ ବାନ୍ଧି ହୋଇଥାନ୍ତେ ଆଗକୁ ପତି-ପତ୍ନୀ ହେବାକୁ ଥିବା ବର-ବଧୂ। ସବୁକିଛି ଉଜୁଡ଼ି ଗଲା। ଦୁଇ ପରିବାରର ଖୁସି ଉପରେ କାହାର ନଜର ଲାଗିଲା କି ଆଉ !
ପଡ଼ି ରହିଛି ଫଳଫୁଲୁରୀ, ନିଆଁରେ ଜଳି ଭସ୍ମ ହୋଇଗଲା କନ୍ୟା ପାଇଁ ଯାଉଥିବା ବରପକ୍ଷର ଶାଢ଼ି। ସିଟ୍ ଉପରେ ଥୁଆ ହୋଇଛି ନିର୍ବନ୍ଧ ଲଡୁ ଥାଳି। ଭାଙ୍ଗିନି ନଡ଼ିଆ, ସେହପରି ଗୋଟା ଗୋଟା ହୋଇ ଥୁଆ ହୋଇଛି। ନିର୍ବନ୍ଧ ପାଇଁ ଯାଉଥିବା ପୂଜା ସମାଗ୍ରୀରୁ ନେଇ ଅନ୍ୟ ସମସ୍ତ ଦ୍ରବ୍ୟ ପୂର୍ବ ପରି ଅକ୍ଷତ ରହିଛି। ଖାଲି ଚାଲି ଯାଇଛି ୧୧ ଜଣଙ୍କ ଜୀବନ। ଉଜୁଡ଼ି ଯାଇଛି ସେମାନଙ୍କ ପରିବାର ଲୋକଙ୍କ ଖୁସି।
ହୁଳହୁଳି ପକାଇବାକୁ ପ୍ରସ୍ତୁତ ଥିବା ବୁଢ଼ି ମାଉସୀର କଣ୍ଠରୁ ଶୁଭୁଛି କରୁଣ କାନ୍ଦଣା। କାହା ମଥାରୁ ସିନ୍ଦୂର ଲିଭିଯାଇଛି ତ କାହା କୋଳ ଶୂନ୍ୟ ହୋଇଛି। ଆଉ କିଏ ହୋଇଯାଇଛି ଅନାଥ। ଖସଖୁସିର ମାହୋଲ୍‌ରେ ଛାଇଯାଇଛି କଳା ବାଦଲ। ହସ୍ପିଟାଲ୍ ସମ୍ମୁଖରେ ଅସଂଖ୍ୟ ଲୋକଭିଡ଼।
କିଏ ଜାଣିଥିଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଙ୍କୁଲୁପାଡୁ ଗାଁର ଏକ ବରପକ୍ଷର ୪୩ ଜଣ ବ୍ୟକ୍ତି ଏକ ବସ୍‌ରେ ସବାର ହୋଇ ନିର୍ବନ୍ଧ ଉଦ୍ଦେଶ୍ୟରେ କନ୍ୟାଘର ଶିଖରଡ଼ା ଅଭିମୁଖେ ଯାତ୍ରାରମ୍ଭ କରିବା ବାଟରେ ଜଗି ବସିଥିଲା ଯମ ! ୧୧ କେଭିର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ବସ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇ ୧୧ ଜଣଙ୍କ ଜୀବନ ଯେ ନେଇଯିବ ତାହା କାହାକୁ ବା ଗୋଚର ଥିଲା ?

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking