୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲ : ୧୭୭ରନରେ ଭାରତ ଅଲଆଉଟ୍‌

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ପୋଚେଫଷ୍ଟ୍ରୁମ ସହରସ୍ଥିତ ସେଡଗାର ପାର୍କଠାରେ ଆଜି ଖେଳାଯାଉଥିବା ୧୯ ବର୍ଷରୁ କମ ବିଶ୍ୱକପର ଫାଇନାଲରେ ଭାରତ ବାଂଲାଦେଶ ଆଗରେ ୧୭୮ରନର ଲକ୍ଷ୍ୟ ରଖିଛି । ଭାରତୀୟ ଦଳ ୪୭.୨ ଓଭରରେ ୧୭୭ ରନ କରି ଅଲଆଉଟ ହୋଇଯାଇଥିଲା । ବାଂଲାଦେଶ ଦଳ ଟସ ଜିଣି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା । କେବଳ ଯଶସ୍ୱୀ ଜୟସ୍ୱାଲଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ଭାରତୀୟ ବ୍ୟାଟ୍ସମ୍ୟାନ ବାଂଲାଦେଶୀ ବୋଲରଙ୍କ ଆଗରେ ଅଧିକ ସମୟ ତିଷ୍ଠି ପାରିନଥିଲେ । ଜୟସ୍ୱାଲ ସର୍ବାଧିକ ୮୮ ରନ ସଂଗ୍ରହ କରିଥିବାବେଳେ ତିଲକ ବର୍ମା ୩୮ ଓ ଦ୍ରୁବ ଜିରେନ ୨୨ ରନ ସଂଗ୍ରହ କରିଥିଲେ । ତେବେ ଅନ୍ୟ ବ୍ୟାଟ୍ସମ୍ୟାନମାନେ ଅତ୍ୟନ୍ତ ନୈରାଶ୍ୟଜନକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ ।
https://onakhabar.com/2020/02/09/india-vs-bangladesh-u19-world-cup-final-match/