31.1 C
Bhubaneswar
Tuesday, May 7, 2024
Homeଓଡିଶାନ୍ୟାୟ ପାଇବା ଆଶାରେ ପ୍ରେମିକା

ନ୍ୟାୟ ପାଇବା ଆଶାରେ ପ୍ରେମିକା

ରିଆମାଳ ‌: ରିଆମାଳ ଥାନା ସିମଲଇ ଗ୍ରାମର ଜଣେ ଯୁବକ ଲଇକେରା ଥାନା ତାଳମୁଣ୍ଡା ଗ୍ରାମର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା କରିଛନ୍ତି । ପ୍ରେମିକା ଜଣଙ୍କ ନ୍ୟାୟ ପାଇବା ଆଶାରେ ରିଆମାଳ ଥାନା ପ୍ରଶାସନ ନିକଟରେ ଦ୍ୱାରସ୍ଥ ହୋଇଛନ୍ତି । ଲଇକେରା ଥାନା ତାଳମୁଣ୍ଡା ଗ୍ରାମର ଛଦ୍ମନାମ ସିଲି (୨୩) ନିଜ ନାନୀଙ୍କ ଘର ଜଟିଆପାଲି ଗ୍ରାମକୁ ୨ବର୍ଷ ତଳେ ଯାଇଥିଲେ । ସିମଲଇ ଗ୍ରାମର ଲକ୍ଷ୍ମଣ ଭୋଇଙ୍କ ସହ ଜଟିଆପାଲି ଗ୍ରାମରେ ସିଲିଙ୍କ ଦେଖା ହେବା ପରେ ଲକ୍ଷ୍ମଣ ସିଲିଙ୍କ ମୋବାଇଲ ନମ୍ବର ଆଣିଥିଲେ । ମଝିରେ ମଝିରେ ପରସ୍ପର ମୋବାଇଲ୍‌ରେ କଥା ହେବା ପରେ ପ୍ରଥମେ ବନ୍ଧୁତା ଓ ପରେ ଦୁଇ ଜଣଙ୍କ ସମ୍ପର୍କ ପ୍ରେମର ରୂପ ନେଇଥିଲା । ଥରେ ସିଲିଙ୍କ ଘରକୁ ଲକ୍ଷ୍ମଣଙ୍କ ମାଆ, ମାଇଁ ଓ ଭିଣେଇ ଯାଇଥିଲେ । ଏହା ମଧ୍ୟରେ ଦୁହିଁଙ୍କ ସମ୍ପର୍କ ଅତି ନିବିଡ଼ ହେବା ସହିତ ଶାରୀରିକ ସମ୍ପର୍କର ରୂପ ନେଇଥିଲା । ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷ୍ମଣ ସିଲିଙ୍କ ସହ ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କଠାରୁ ୧୭ ହଜରା ଟଙ୍କା ଆଣିଥିଲେ । ଶାରୀରିକ ସମ୍ପର୍କ ଯୋଗୁଁ ସିଲିଙ୍କୁ ଦୁଇ ଥର ଭ୍ରୂଣହତ୍ୟା କରିବାକୁ ପଡ଼ିଥିଲା । ସିଲିଙ୍କ ବାପା ଦୁଇ ଜଣଙ୍କର ସମ୍ପର୍କ ଜାଣିବା ପରେ ତାଗିଦ୍ କରିଥିଲେ । ଫଳରେ ସିଲି ମୋବାଇଲ୍ ଯୋଗେ ଲକ୍ଷ୍ମଣଙ୍କୁ ବିବାହ ପାଇଁ ଜିଦ୍ ଧରିଥିଲେ । ମାତ୍ର ଲକ୍ଷ୍ମଣ ତାଙ୍କୁ ନାନା ଧମକଚମକ ଦେଇଥିଲେ । ପୁଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking