ବନ୍ଧୁକ ଦେଖାଇ ୧୦ଲକ୍ଷ ଲୁଟ

ଝାରସୁଗୁଡା: ଚୋରଙ୍କ ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ପୋଲିସ ଏବଂ ଲୋକମାନେ ଯେତେ ସଚେତନତାର ସହ ରହିଲେ ମଧ୍ୟ ଚୋର ମାନେ ତାଙ୍କ କାମ କରିଚାଲିଛନ୍ତି । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଝାରସୁଗୁଡାରେ । ବନ୍ଧୁକ ଦେଖାଇ ୧୦ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଝାରସୁଗୁଡା ବାଇପାସ ନିକଟ ଏକ ଗୋଦାମ ମ୍ୟାନେଜରଙ୍କୁ ବନ୍ଧୁକ ଦେଖାଇ ଲୁଟିନେଇଛନ୍ତି । ୩ଜଣ ଦୁର୍ବୃତ୍ତ ଜିନିଷ ନେବା ବାହାନାରେ ଗୋଦାମରେ ପଶିଥିଲେ । ପରେ ବନ୍ଧୁକ ଦେଖାଇ ୧୦ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଥିଲେ । ଅଭିଯୋଗ ପରେ ଘଟଣାସ୍ଥଳରେ ଟାଉନଥାନା ପୋଲିସର ତନାଘନା ଚାଲିଛି ।
https://onakhabar.com/2019/12/12/4-arrseted/