28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁମଣ୍ଡଳ

ପୁଣି ବିଷାକ୍ତ ହେଲା ଦିଲ୍ଲୀ ବାୟୁମଣ୍ଡଳ

ନୂଆଦିଲ୍ଲୀ: ଗତ କିଛି ଦିନ ପୂର୍ବରୁ ଦିଲ୍ଲୀ ବାୟୁମଣ୍ଡଳ ବିଷାକ୍ତ ହୋଇଥିଲା । ଦିଲ୍ଲୀ ପାଖ ଅଞ୍ଚଳରେ ମକା ଏବଂ ଧାନ ଚାଷ କରିବାପରେ ବହୁମାତ୍ରାରେ ନଡା ପୋଡିଥିଲେ । ଯାହାଫଳରେ ବାୟୁମଣ୍ଡଳ ବହୁ ମାତ୍ରାରେ ବିଷାକ୍ତ ହୋଇଯାଇଥିଲା । ଏହାକୁ ନେଇ କିଛି ଦିନ ମଧ୍ୟ କେଜ୍ରିୱାଲ ସ୍କୁଲ ଛୁଟି ଘୋଷଣା କରିବା ସହ ଗାଡି ମଟର ଚଳାଚଳ ମଧ୍ୟ କିଛି ଦିନ ପାଇଁ ବନ୍ଦ ରଖିଥିଲେ । ଏବଂ ଦିଲ୍ଲୀବାସୀଙ୍କୁ ମୁହଁରେ ମୁଖା ପିନ୍ଧିବା ପାଇଁ ଆଦେଶ ଦେଇଥିଲେ । ତେବେ ଗତ କିଛିଦିନ ହେବ ଦିଲ୍ଲୀ ବାୟୁମଣ୍ଡଳରେ ସୁଧାର ଆସିବା ପରେ ଏବେ ପୁଣି ଥରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁମଣ୍ଡଳ ବିଷାକ୍ତ ହୋଇଥିବା ଜଣାପଡିଛି ।
ବାୟୁ ଗୁଣବତ୍ତା ସୂଚକାଙ୍କ (ଏୟାର କ୍ୱାଲିଟି ଇଣ୍ଡେକ୍ସ) ଗୁରୁବାର ୫୦୦ ନିକଟତର ହୋଇଛି । ଚାନ୍ଦିନୀଚୌକ ଅଚଂଳରେ ଏହା ଆଜି ସକାଳୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ସ୍ତର ୪୮୮ରେ ପହଂଚିଛି । ଏହା ଆସ୍ଥମା ଓ ଶ୍ୱାସ ରୋଗୀଙ୍କ ପାଇଁ ବିପଦଜନକ । ଦିଲ୍ଲୀ ନୋଏଡାରେ ଆଜି ସକାଳୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୨୯ ରେକର୍ଡ କରାଯାଇଛି । ଏହା ପୂର୍ବରୁ ବୁଧବାର ବାୟୁର ଗତି ମନ୍ଥର ହୋଇଯାଇଥିଲା । ଏହି କାରଣରୁ ବାୟୁରେ ଏୟାର କ୍ୱାଲିଟି ଇଣ୍ଡେକ୍ସର ସ୍ତର ବଢ଼ିଛି ।
ପାଣିପାଗ ବିଭାଗ କହିଥିଲା ଯେ, ବୁଧବାର ସନ୍ଧ୍ୟାରେ ସାମାନ୍ୟ ବର୍ଷା ହୋଇପାରେ । ଏହା ଦ୍ୱାରା ପ୍ରଦୂଷଣ ସ୍ତରରେ ସଂଶୋଧନ ଆସିବ । ମାତ୍ର ବର୍ଷା ନ ହେବା କାରଣରୁ ଏୟାର କ୍ୱାଲିଟି ଇଣ୍ଡେକ୍ସ ବିପଦସ୍ତରକୁ ଚାଲିଯାଇଛି । ମାତ୍ର ପାଣିପାଗ ବିଭାର ସୂଚନା ଅନୁସାରେ ଗୁରୁବାର ଦିଲ୍ଲୀ-ଏନସିଆର ବାୟୁମଣ୍ଡଳ ସଫା ହୋଇଯିବ । ପୂର୍ବାହ୍ନରେ ଦିଲ୍ଲୀ-ଏନସିଆର ଆକାଶରେ ବାଦଲ ଦେଖାଯାଇଥିବା ବେଳେ ଅପରାହ୍ନରେ ବାୟୁ ପ୍ରଦୂଷଣରେ ସୁଧାର ଆସିପାରେ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking