40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶ୪ ରାଜ୍ୟରେ ଲକ୍‌ଡାଉନ ବଢିଲା

୪ ରାଜ୍ୟରେ ଲକ୍‌ଡାଉନ ବଢିଲା

ନୂଆଦିଲ୍ଲୀ : ତାମିଲନାଡୁ, ତ୍ରିପୁରା, ମେଘାଳୟ ଓ ଆସାମରେ ଲକ୍‌ଡାଉନ ମିଆଦକୁ ବୃଦ୍ଧି କରାଯାଇଛି । ତାମିଲନାଡୁରେ ଏହା ଜୁନ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେତେକ ଜିଲ୍ଲାରେ କଟକଣା କୋହଳ କରାଯାଇଥିବାବେଳେ ୧୧ଟି ଜିଲ୍ଲାରେ ଏହାକୁ ବଳବତ୍ତର ରଖାଯାଇଛି । ପନିପରିବା ମାର୍କେଟ, ତେଜରାତି ଦୋକାନ, ଫଳ, ମାଛ ମାର୍କେଟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲାରହିବ । ୩୦ ପ୍ରତିଶତ କର୍ମଚାରୀରେ ସରକାରୀ କାର୍ଯ୍ୟାଳୟ ଚାଲିବ ବୋଲି କୁହାଯାଇଛି ।

ଅପରପକ୍ଷରେ ତ୍ରିପୁରାରେ ଜୁନ ୧୦ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି କରାଯାଇଛି । ସନ୍ଧ୍ୟା ୬ରୁ ପରଦିନ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ଦିନ ୨ଟା ପର୍ଯ୍ୟନ୍ତ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ । ମେଘାଳୟରେ ଜୁନ ୧୪ ଓ ଆସାମରେ ଜୁନ୍ ୧୫ ପର୍ଯ୍ୟନ୍ତ ଲକ୍‌ଡାଉନ ବୃଦ୍ଧି କରାଯାଇଛି । ମେଘାଳୟ ଓ ଆସାମରେ ଏହି ସମୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଲାଗୁ କରାଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking