34.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶ'ଖଦି' ଶବ୍ଦର ବ୍ୟବହାର ଉପରେ ହାଇକୋର୍ଟଙ୍କ କଟକଣା

‘ଖଦି’ ଶବ୍ଦର ବ୍ୟବହାର ଉପରେ ହାଇକୋର୍ଟଙ୍କ କଟକଣା

ନୂଆଦିଲ୍ଲୀ : ସୁନ୍ଦରୀ ପ୍ରତିଯୋଗିତା କିମ୍ବା ଅନ୍ୟ କୌଣସି ବ୍ୟବସାୟିକ କାରବାରରେ ଖଦି ଶବ୍ଦକୁ ବ୍ୟବହାର କରିବା ଉପରେ ଦିଲ୍ଲୀ ହାଇକୋର୍ଟ ଶନିବାର କଟକଣା ଜାରି କରିଛନ୍ତି । ନୋଏଡାସ୍ଥିତ ‘ଖଦି ଡିଜାଇନ କାଉନସିଲ ଅଫ୍ ଇଣ୍ଡିଆ’ ଏବଂ ‘ମିସ୍ ଇଣ୍ଡିଆ ଖଦି ଫାଉଣ୍ଡେସନ’ ଭଳି ସଂସ୍ଥା ବିରୋଧରେ ଏଭଳି ଅଭିଯୋଗ ଆସିବାପରେ ହାଇକୋର୍ଟ ଉପରୋକ୍ତ କଟକଣା ଲାଗୁ କରିଛନ୍ତି । ‘ଖଦି ଆଣ୍ଡ୍ ଭିଲେଜ ଇଣ୍ଡଷ୍ଟ୍ରିଜ୍ କମିଶନ’ (କେଭିଆଇସି) ଏକ ସରକାରୀ ସଂସ୍ଥା ହୋଇଥିବାବେଳେ ଅନ୍ୟ କେତେକ ସଂସ୍ଥା ଖଦି ନାମକୁ ବ୍ୟବହାର କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଲକ୍ଷ୍ୟ କରାଯାଉଛି । ଜଷ୍ଟିସ ସଞ୍ଜୀବ ନରୁଲାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଉପରୋକ୍ତ ଦୁଇଟି ସଂସ୍ଥାର ୱେବ୍‌ସାଇଟ୍‌ରୁ ଖଦୀ ଶବ୍ଦ ହଟାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ଦୁଇ ସଂସ୍ଥା ‘ମିସ୍ ଇଣ୍ଡିଆ ଖଦି’ ଓ ‘ନ୍ୟାସନାଲ ଖଦି ଡିଜାଇନର୍ସ’ ପୁରସ୍କାର ପ୍ରଦାନ କରିବାକୁ ଉଦ୍ୟମ କରୁଥିବାବେଳେ ଲୋକେ ଭାବୁଛନ୍ତି କେଭିଆଇସି ଏହା ଆୟୋଜନ କରୁଛି । ଖଦି ଶବ୍ଦ ବ୍ୟବହାର କରିଥିବାରୁ ଫାବ୍‌ଇଣ୍ଡିଆ ନାମକ ଏକ ସଂସ୍ଥା ବିରୋଧରେ କେଭିଆଇସି ଇତିମଧ୍ୟରେ ମୁମ୍ବାଇ ହାଇକୋର୍ଟରେ ୫୦୦ କୋଟି ଟଙ୍କାର କ୍ଷତିପୂରଣ ମାମଲା ଦାଏର କରିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking