40.1 C
Bhubaneswar
Thursday, April 25, 2024
Homeଓଡିଶାଟ୍ୱିନ ସିଟିରେ ବଳବତ୍ତର ରହିବ ଲକ ଡାଉନ

ଟ୍ୱିନ ସିଟିରେ ବଳବତ୍ତର ରହିବ ଲକ ଡାଉନ

ଭୁବନେଶ୍ୱର: ମେ’ ୩ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଅବଧି ବୃଦ୍ଧି ହୋଇଥିବା ବେଳେ ଏପ୍ରିଲ ୨୦ ପରଠୁ ଲକ ଡାଉନକୁ କୋହଳ କରିବାକୁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି । ମାତ୍ର ଏହା ସବୁ ଜିଲ୍ଲା ପାଇଁ ନୁହେଁ । ହଟସ୍ପଟ ଚିହ୍ନଟ ହୋଇଥିବା ଜିଲ୍ଲାରେ ପୂର୍ବପରି ଲକ ଡାଉନ ବଳବତ୍ତର ରହିବ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି । ଟ୍ୱିନ ସିଟିରେ ବି ଏଜାରି ରହିବ । କଟକ ଓ ଭୁବନେଶ୍ୱରରେ ପୂର୍ବଭଳି ଲକଡାଉନ କଟକଣା ଜାରି ରହିବ ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ପ୍ରଦାନ କରିଛନ୍ତି । କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । ପରବର୍ତ୍ତୀ ସମୟରେ ପରିସ୍ଥିତିରେ ସମୀକ୍ଷା କରିବା ପରେ ପରବର୍ତ୍ତୀ ନିଷ୍ପତି ନିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇ କୁହାଯାଇଛି ।
ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଟୁଇଟ ଜରିଆରେ କହିଛନ୍ତି ଯେ, କୃଷିକାର‌୍ୟ୍ୟକୁ ଖୁବ୍ ସାବଧାନତାର ସହ ଆରମ୍ଭ କରାଯାଉଛି । କିନ୍ତୁ କଟକ ଓ ଭୁବନେଶ୍ୱରରେ ବେଶି କିଛି ବଦଳିବ ନାହିଁ । କଟକଣା ପୂର୍ବଭଳି ଜାରି ରହିବ । ସେଥି ପାଇଁ ଲୋକେ ଦୟାକରି ଘରେ ରୁହନ୍ତୁ । ଲୋକେ ନିରାପଦରେ ରୁହନ୍ତୁ ବୋଲି ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । ପରବର୍ତ୍ତୀ ଆଦେଶ ଯାଏଁ ଲକଡାଉନ କଟକଣା ଜାରି ରହିବ ବୋଲି କହିଛନ୍ତି ପୁଲିସ କମିସନର । ତେଣୁ ରାଜଧାନୀବାସୀ ଦୟାପୂର୍ବକ ଆସନ୍ତାକାଲି (ଏପ୍ରିଲ ୨୦) ଠାରୁ କିଛି ପରିବର୍ତ୍ତନ ଆଶା କରନ୍ତୁ ନାହିଁ । ଆମେ ଲୋକଙ୍କୁ ନିବେଦନ କରୁଛୁ ଯେ, ସେମାନେ ସହଯୋଗ କରନ୍ତୁ ।

ଏହାକୁ ବାଦ ଦେଲେ ସମସ୍ତ ସରକାରୀ କର୍ମଚାରୀ ଅଫିସ ଆସିଲେ କେବଳ ସେମାନଙ୍କର ଆଇ କାର୍ଡ ହିଁ ଆବଶ୍ୟକ । କୌଣସି ପ୍ରକାର ଭେଇକେଲ ପାସ୍ ଦରକାର ନାହିଁ ବୋଲି ପୋଲିସ କମିଶନର ଡଃ ସୁଧାଂଶୁ ଷଡଙ୍ଗୀ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ।

ଅନ୍ୟପଟେ ଭୁବନେଶ୍ୱରରେ ଥିବା ସମସ୍ତ ଆଇଟି କମ୍ପାନୀକ କର୍ମଚାରୀମାନେ ଘରେ ରହି କାର୍ଯ୍ୟ କରିବା ବ୍ୟବସ୍ଥା କରିବା ସହ ମାତ୍ର ୨୫ ପ୍ରତିଶତ କର୍ମଚାରୀ ଅଫିସ ଆସନ୍ତୁ । ସେମାନଙ୍କ କ୍ଷେତ୍ରରେ ମଧ୍ୟ କେବଳ ଆଇ କାର୍ଡ ଦେଖାଇ ଅଫିସ ଆସିପାରିବେ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଏହି ଲକ ଡାଉନ ସମୟରେ ବାରମ୍ବାର ଚେତାବନୀ ଦିଆଯିବା ପରେ ବି ଅମାନିଆକାରୀ ଚେତୁ ନାହାନ୍ତି । ନିୟମ ଉଲ୍ଲଂଘନ କରିବା ସହ ବିନା ମାସ୍କରେ ବୁଲୁଛନ୍ତି । ସେଥିପାଇଁ ଆଜି ରାଜଧାନୀରେ ପୋଲିସ ୧୫୬୬ ଗାଡି ଜବତ କରିବା ସହ ବିନା ମାସ୍କରେ ବୁଲୁଥିବା ୨୯୪ ଜଣଙ୍କ ଉପରେ ଜରିମାନା ଆଦାୟ କରିଥିବା ସେ ଟ୍ୱିଟ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking