୨୪ ଘଣ୍ଟାରେ ୨୭ ଜଣଙ୍କ ମୃତ୍ୟୁ, ୨୩୩୧ କରୋନା ରୋଗୀ ସୁସ୍ଥ

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହି କରୋନା ପାଇଁ ବର୍ତମାନ ସୁଦ୍ଧା ୫୦୭ ଜଣଙ୍କର ମୃତ୍ୟୁ ହୋଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ, ଦେଶରେ ବର୍ତମାନ ସୁଦ୍ଧା ୩ ଲକ୍ଷ ୮୬ ହଜାର ୭୯୧ ଟେଷ୍ଟ କରାଯାଇଛି । ୨୪ ଘଣ୍ଟା ମଧ୍ୟରେ ୨୭ ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ୨୩୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ତେବେ ୨୩ ରାଜ୍ୟର ୪୩ଟି ଜିଲ୍ଲାରେ ୧୪ ଦିନ ମଧ୍ୟରେ କୌଣସି କରୋନା ମାମଲା ଆସିନାହିଁ ।
https://onakhabar.com/2020/04/19/odias-who-have-stayed-out-of-state-got-sympathy-by-odisha-goverment/