37.2 C
Bhubaneswar
Friday, April 19, 2024
Homeଓଡିଶାଲକ ଡାଉନ ଉଠିବା ପରେ କଣ କରିବେ, ଜାରି ହେଲା ଗାଇଡ଼ ଲାଇନ

ଲକ ଡାଉନ ଉଠିବା ପରେ କଣ କରିବେ, ଜାରି ହେଲା ଗାଇଡ଼ ଲାଇନ

ଭୁବନେଶ୍ୱର: ଲକ ଡାଉନ ଉଠିବା ପରେ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକ, ତୀର୍ଥ ଯାତ୍ରୀ, ଛାତ୍ରଛାତ୍ରୀ, ରୋଗୀ ବହୁମାତ୍ରାରେ ରାଜ୍ୟକୁ ଫେରିବେ । ତେବେ ସେମାନେ ଏତେମାତ୍ରାରେ ନିଜ ଘରକୁ ଫେରିବା ପରେ କେଉଁ ସବୁ ଦିଗ ପ୍ରତି ଧ୍ୟାନ ଦେବେ ସେଥିପାଇଁ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଓଡିଶାରେ କରୋନାକୁ ନିୟନ୍ତ୍ରଣ କରିବାରେ ଆମର ମାଣ୍ଡୋଟରି ରେଜିଷ୍ଟ୍ରସନ କରିବାର ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ସରକାର କହିଛନ୍ତି । ତେବେ ଅନ୍ୟରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ରେଜିଷ୍ଟ୍ରସନ ମାଣ୍ଟୋଟୋରୀ କରାଯାଇଛି । ସେମାନଙ୍କର ପରିବାର ଓ ବନ୍ଧୁମାନେ ହିଁ ପଞ୍ଚାୟତରେ ରେଜିଷ୍ଟ୍ରସନ କରିପାରିବେ । ସେମାନଙ୍କୁ ସେମାନଙ୍କ ପଞ୍ଚାୟତରେ ହିଁ କ୍ୱାରେଣ୍ଟାଇନରେ ରଖାଯିବ । ସେମାନଙ୍କ ର ରହିବା ଖାଇବା ସବୁ ମାଗଣାରେ ମିଳିବ । କ୍ୱାରେଂଟାଇନ ପିରିୟଡ ସରିବା ପରେ ୨ ହଜାର ଟଙ୍କା ଇନସେନଟିଭ ଭାବରେ ଦିଆଯିବ । ତେବେ କରୋନାକୁ ରୋକିବା ପାଇଁ ହାତକୁ ବାରମ୍ବାର ସଫା କରିବା ସହ ମୁହଁକୁ ମାସ୍କରେ ଘୋଡାଇ ରଖିବା ଏବଂ ପାନ, ଗୁଟଖା ଏବଂ ମଦରୁ ଦୂରେଇ ରହିବାକୁ କୁହାଯାଇଛି । ଅନ୍ୟରାଜ୍ୟରୁ ଫେରୁଥିବା ଲୋକମାନଙ୍କୁ ରେଜିଷ୍ଟ୍ରସନ ଓ କ୍ୱାରେଣ୍ଟାଇନ ସେମାନଙ୍କର ତଥା ସେମାନଙ୍କ ପରିବାରର ସମାଜ ଓ ରାଜ୍ୟର ମଙ୍ଗଳ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହାକୁ ବାଦ ଦେଲେ ଯଦି କୌଣସି ବ୍ୟକ୍ତି ପଜେଟିଭ ବୋଲି ଚିହ୍ନଟ ହୁଅନ୍ତି ତେବେ ସଂପୃକ୍ତ ଅଂଚଳକୁ ସାନିଟାଇଜ କରିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ପଂଚାୟତ ଏବଂ ଅର୍ବାନ ଲୋକାଲ ବଡିମାନଙ୍କ ସଶକ୍ତିକରଣ ଦ୍ୱାରା ଆମେ ପରିସ୍ଥିତିକୁ ଠିକ ଭାବରେ ମୁକାବିଲା କରାଯାଇପାରିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking