36.1 C
Bhubaneswar
Tuesday, May 26, 2026
Homeଓଡିଶାବେଦାନ୍ତ ବିରୁଦ୍ଧରେ ଗର୍ଜିଲେ ଅଞ୍ଚଳବାସୀ

ବେଦାନ୍ତ ବିରୁଦ୍ଧରେ ଗର୍ଜିଲେ ଅଞ୍ଚଳବାସୀ

କୋରାପୁଟ: କୋଡୀଙ୍ଗାମାଳି ରୁ ବେଦାନ୍ତ କମ୍ପାନୀ ବକ୍ସାଇଟ ନେଉଥିବା କୁ ନେଇ ପୁଣି ଆନ୍ଦୋଳନ ତେଜିଛି । ଆଜି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଠାରେ ଏକ ବିରାଟ ଶୋଭାଯାତ୍ରା ରେ ପ୍ରତିବାଦ କରିଛନ୍ତି କୋରାପୁଟ ଓ ରାୟଗଡା ଜିଲ୍ଲାର ହଜାର ହଜାର ବାସିନ୍ଦା । ତିନି ମିଲିୟନରୁ ଛଅ ମିଲିୟନ ବକ୍ସାଇଟ ନେବାଜୁ ବେଦାନ୍ତ କମ୍ପାନୀ ଯେଉଁ ଚୁକ୍ତି କରିଛି ତାକୁ ବାତିଲ କରିବା ସହ ସ୍ଥାନୀୟ ଅଞ୍ଚଳରେ ଯେଉଁ କମ୍ପାନୀ ଅଛି ସେହି କମ୍ପାନୀ କୁ ବକ୍ସାଇଟ ଦେବାକୁ ଦାବୀ କରିଛନ୍ତି ଅଞ୍ଚଳବାସୀ । ଆଜି ପ୍ରାୟ 15 ହଜାର ରୁ ଉର୍ଦ୍ଧ ଜନସାଧାରଣ ଏକ ବିରାଟ ଶୋଭାଯାତ୍ରା ରେ ବାହାରି ବେଦାନ୍ତ ଓ OMC ବିରୁଦ୍ଧରେ ନାରା ବାଜି କରିବା ସହ ଲକ୍ଷ୍ମୀପୁର ଠାରେ ଥିବା OMC କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଅପରପକ୍ଷେ କାଶୀପୁର ବ୍ଲକ କଂସାରୀଗୁଡା ଠାରେ ଆଦିତ୍ୟବିର୍ଲା କମ୍ପାନୀ କୁ କୋଡୀଙ୍ଗା ମାଳି ରୁ ରାଜ୍ୟସରକାର ଙ୍କ ପୂର୍ଵ ଚୁକ୍ତି ଅନୁଯାୟୀ ବାର୍ଷିକ ତିନି ମିଲିୟନ ବକ୍ସାଇଟ ଦେବା ପାଇଁ ଦାବୀ କରିଛନ୍ତି ଆନ୍ଦୋକନକାରି ।ଏହି ଦାବୀ କୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଏକ ଦାବୀ ପତ୍ର omc ଅଧିକାରୀଙ୍କୁ ପ୍ରଦାନ କରାଯାଇଛି. ଏହି ଶୋଭାଯାତ୍ରା ରେ କୋଡୀଙ୍ଗାମାଳି ଆଞ୍ଚଳିକ ବିକାଶ ପରିଷଦ ଓ କୋଡୀଙ୍ଗାମାଳି ସୁରକ୍ଷା ମଞ୍ଚ ର ସଭ୍ୟ ଯୋଗଦେଇଥିବା ବେଳେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସଉଁତା, ପୂର୍ଵତନ ସାଂସଦ ଝିନ୍ନ ହିକକା, ରାୟଗଡା ର ପୂର୍ବତନ ବିଧାୟକ ମକରନ୍ଦ ମୁଦୁଲି, କଂଗ୍ରେସ ନେତା ଦୁର୍ଗାପ୍ରସାଦ ପଣ୍ଡା, ଲକ୍ଷ୍ମୀପୂର ର ପୂର୍ଵତନ ବିଧାୟକ କୃଷ୍ଣଚନ୍ଦ୍ର ସାଗରିଆ ଯୋଗଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking