36.1 C
Bhubaneswar
Tuesday, May 26, 2026
Homeଓଡିଶାସାର ପାଇଁ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

ସାର ପାଇଁ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି

ଭୁବନେଶ୍ୱର: ରାଜ୍ୟରେ ସାର ସମସ୍ୟାକୁ ନେଇ ଆସନ୍ତା ୧୭ ତାରିଖରେ ରାଜଭବନ ସାମ୍ନାରେ ଧାରଣା ଦେବ ବିଜେଡି। ଏହାପରେ ମଧ୍ୟ ସରକାର ନ ଚେତିଲେ ଜିଲାପାଳ ଅଫିସ୍ ଓ ବ୍ଲକ ଅଫିସ ସାମ୍ନାରେ ଧାରଣା ଦେବ ଦଳ । ଏନେଇ ଆଜି ଚେତାବନୀ ଦେଇଛନ୍ତି ବିଜେଡି ଉପସଭାପତି ସଞ୍ଜୟ ଦାସବର୍ମା ଏବଂ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।  ତାଙ୍କ କହିବା ମୁତାବକ, ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ରାଜ୍ୟରେ ଅଭାବୀ ଧାନ ବିକ୍ରି ଚାଲିଛି। ଖରିଫ ଋତୁରେ ଚାଷୀଙ୍କ ପଞ୍ଜିକରଣରେ ସମସ୍ୟା ରହିଛି। ଖାଲି ସେତିକି ନୁହେଁ, ସାର ଅଭାବ ଚାରିଆଡ଼େ ଦେଖାଦେଇଛି। ହେଲେ ଉପମୁଖ୍ୟମନ୍ତ୍ରୀ, ସମବାୟ ମନ୍ତ୍ରୀ  କହୁଛନ୍ତି ରାଜ୍ୟରେ ସାରର ଅଭାବ ନାହିଁ। ସରକାର ବୋଧେ ବଧିର ହୋଇ ଯାଇଛନ୍ତି ବୋଲି କହିଛନ୍ତି ବିଜେଡି ନେତା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking