33.1 C
Bhubaneswar
Tuesday, April 22, 2025
Homeଦେଶ ବିଦେଶଆସନ୍ତୁ ଜାଣିବା କଙ୍କାଳ ହ୍ରଦ ବିଷୟରେ..

ଆସନ୍ତୁ ଜାଣିବା କଙ୍କାଳ ହ୍ରଦ ବିଷୟରେ..

ଉତ୍ତରାଖଣ୍ଡ: ବର୍ତ୍ତମାନ ସମୟରେ ପ୍ରାୟ ଅଧୀକାଂଶ ଲୋକ ଚାହିଁଥାନ୍ତି ଯେ ବହାରେ ବୁଲାବୁଲି କରିବା ପାଇଁ । କାହିଁକି ନା ମନେରେ ଆସିଥାଏ ଯେ ବୁଲାବୁଲି କରିଲେ ମାଇଣ୍ଡ ରିଲାକ୍ସ ହୋଇଥାଏ । ଯେତେବେଳ ଆମେ କୁଆଡେ ଯିବା କଥା କହିଲେ ହଠାତ୍ ଆଖିଆଗକୁ ଆସିଥାଏ କିଛି ପାହାଡିଆ କିମ୍ବା ନଦୀକୂଳିଆ ସ୍ଥାନକୁ ଯିବା ପାଇଁ । ଅନେକ ଲୋକ ନଦୀ କୂଳିଆ ସ୍ଥାନ ଓ ସମୁଦ୍ରକୂଳକୁ ଯିବା ପାଇଁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ଶୁନଶାନ୍ ଯାଗାକୁ ଯିବା ପାଇଁ ପସନ୍ଦ କରନ୍ତି । ଏପରି ଏକ ଶୁନଶାନ ଜାଗା ରହିଛି ଯାହାର ନାମ ହେଉଛି – ‘ରୂପ କୁଣ୍ଡ’ । ଯାହାକୁ କଙ୍କାଳ ହ୍ରଦ ମଧ୍ୟ କୁହାଯାଏ । ବର୍ତ୍ତମାନ ଆପଣଙ୍କ ମନକୁ ଆସୁଥିବ ଯେ କଙ୍କାଳ ହ୍ରଦ କ’ଣ? ତେବେ ଆସନ୍ତୁ ଜାଣିବା ଏହି ବିଷୟରେ । ଉତ୍ତରାଖଣ୍ଡର ଗରହ୍ୱାଲ ଉପତ୍ୟକାରେ ରହିଛି ଏହି କଙ୍କାଳ ହ୍ରଦ । ଯାହାର ନାମ ହେଉଛି ରୂପକୁଣ୍ଡ କଙ୍କାଳ ହ୍ରଦ ।

ସ୍ଥାନୀୟ ଅୟ୍ଚଳରେ ଏହାକୁ ରଯସ୍ୟମୟୀ ନଦୀ କୁହାଯାଉଥିବା ବେଳେ ଏହାକୁ ନେଇ ରହିଛି ଅନେକ ଅକୁହା କଥା । ତେବେ ଏହି ଏହି ହ୍ରଦକୁ କଙ୍କାନ ହ୍ରଦ କୁହାଯିବା ପଛରେ ଅନେ କଥା । ଏହି ହ୍ରଦରେ ବାସ୍ତବରେ ଶହ ଶହ ନରକଙ୍କାଳ ପଡିଥିବାର ଦେଖାଯାଏ । ଯେଉଁଥି ପାଇଁ ଏହାର ଏପରି ନାମକରଣ କରାଯାଇଛି । ରୂପଖଣ୍ଡ ହ୍ରଦ ଏକ ଗ୍ଲାସିୟର ହ୍ରଦ ହୋଇଥିବାବେଳେ ବର୍ଷକୁ ପ୍ରାୟ ୮ ମାସ ଏଠାରେ ବରଫ ଜମି ରହିଥାଏ । ତେଣୁ କେବଳ ଖରା ଦିନେ ବରଫ ତରଳିବା ପରେ ହିଁ ଏହି ନର କଙ୍କାଳଗୁଡିକ ସ୍ପଷ୍ଟ ଦେଖାଯାଏ । ପ୍ରଥମେ ଏହି କଙ୍କାଳଗୁଡିକ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଦେଖାଯାଇଥିଲା । ଜଣେ ଗେମ୍ ରିଜର୍ଭ ରେଞ୍ଜର ଏହାକୁ ପ୍ରଥମେ ଠାବ କରିଥିଲେ । ୨୦୦୪ ମସିହାରେ ନ୍ୟାସନାଲ୍ ଜିଓ ଗ୍ରାଫିକ୍ ମାଗାନିଜର ଏକ ଦଳ ଏହି କଙ୍କାଳ ହ୍ରଦକୁ ବୁଲିବାକୁ ଆସିଥିଲେ । ଅନୁଧ୍ୟାନ ପାଇଁ ସେମାନେ ଏଠାରୁ ପ୍ରାୟ ୩୦ ଟି ନର କଙ୍କାଳକୁ ଉଦ୍ଧାର କରିଥିଲେ । କେତେକ କଙ୍କାଳରେ କେଶ ଓ ଚମଡା ମଧ୍ୟ ଲାଗି ରହିଥିବାର ଦେଖାଯାଇଥିଲା।

୨୦୦୪ ମସିହାରୁ ଏହି ସ୍ଥାନଟି ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ଉଭା ହୋଇଛି କହିଲେ କିଛି ଭୁଲ ହେବ ନାହିଁ । କେବଳ ଯେ କଙ୍କାଳ ହ୍ରଦ ର୍ହି ରୂପକୁଣ୍ଡର ଆକର୍ଷଣ ତାହା ନୁହେଁ, ଏହା ଟେକ୍ରିଂ ପାଇଁ ମଧ୍ୟ ଏକ ପ୍ରକୃଷ୍ଟ ସ୍ଥାନ । ହେଲେ ଦୁର୍ଭାଗ୍ୟର କଥା କି ଅନେକ ସମୟରେ ଶୁଣିବାକୁ ମିଳେ ଟ୍ରେକିଂରେ ଆସିଥିବା ପର୍ଯ୍ୟଟକ ଏଠାରୁ କିଛି କଙ୍କାଳ ଚୋରିକରି ନେଇଯାଆନ୍ତି । ଏହାକୁ ଦୃଷ୍ଟିରେ ରଖି ଦୂପକୁଣ୍ଡକୁ ସୋସିଆଲ ଇକୋଟୁରିଜିମ୍ ଡେଷ୍ଟିନେସନ୍ ଭାବେ ଘୋଷଣା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking