31.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଏଲ୍‌ସିଏଚ୍ ‘ପ୍ରଚଣ୍ଡ’ ବାୟୁସେନାରେ ସାମିଲ

ଏଲ୍‌ସିଏଚ୍ ‘ପ୍ରଚଣ୍ଡ’ ବାୟୁସେନାରେ ସାମିଲ

ଯୋଧପୁର: ଭାରତୀୟ ବାୟୁସେନାକୁ ବହୁ ପ୍ରତିକ୍ଷୀତ ସ୍ୱଦେଶ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର୍ (ଏଲ୍‌ସିଏଚ୍‌) ମିଳିଛି । ଏହି କମ୍ବାଟ୍ ହେଲିକପ୍ଟର୍ ମିଳିବା ପରେ ଭାରତୀୟ ବାୟୁସେନାର କ୍ଷମତା ପୂର୍ବାପେକ୍ଷା ଆହୁରି ବୃଦ୍ଧି ପାଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ନୂଆ ସିଡିଏସ୍ ଜେନେରାଲ୍ ଅନୀଲ ଚୌହାନ୍ ଏବଂ ବାୟୁସେନା ପ୍ରମୁଖ ଏୟାର୍ ଚିଫ୍ ମାର୍ଶାଲ୍ ଭିଆର୍ ଚୌଧୁରୀଙ୍କ ଉପସ୍ଥିତିରେ ସୋମବାର ଯୋଧପୁରରେ ଆୟୋଜିତ ଏକ ସମାରୋହରେ ଏଲ୍‌ସିଏଚ୍‌ର ପ୍ରଥମ ବ୍ୟାଚ୍ ବାୟୁସେନାରେ ସାମିଲ କରାଯାଇଛି । ଏହାର ନାମ ‘ପ୍ରଚଣ୍ଡ’ ରଖାଯାଇଛି । ରାଜସ୍ଥାନୟ ଯୋଧପୁର ଏୟାର୍ ବେସ୍ ଷ୍ଟେସନ୍‌ରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଲ୍‌ସିଏଚ୍ (ପ୍ରଚଣ୍ଡ୍‌)ରେ ଉଡ଼ାଣ ମଧ୍ୟ କରିଥିଲେ ।

ଏହି ଅବସରରେ ବାୟୁସେନାକୁ ବଧାଇ ଜଣାଇ ରାଜନାଥ ସିଂହ କହିଥିଲେ, ଏଲ୍‌ସିଏଚ୍‌ର ସାମିଲ ପରେ ଆମ ସେନାର କ୍ଷମତା ବୃଦ୍ଧି ପାଇବ । ଏହା ସହିତ ପ୍ରତିରକ୍ଷା ଉତ୍ପାଦନକୁ ପ୍ରୋତ୍ସାହନ ମଧ୍ୟ ମଧ୍ୟ ମିଳିବ । ସେ ଆହୁରି କହିଥିଲେ, ନବରାତ୍ରି ଅବସରରେ ଯୋଦ୍ଧାଙ୍କ ଭୂମି ରାଜସ୍ଥାନରେ ଏଲ୍‌ସିଏଚ୍‌କୁ ସାମିଲ କରିବା ଏହାଠାରୁ ଭଲ ସମୟ ଆଉ କିଛି ହୋଇନପାରେ । ପ୍ରତିରକ୍ଷା ଉତ୍ପାଦନରେ ଭାରତର କ୍ଷମତାକୁ ଦର୍ଶାଇବାରେ ଏହା ଏକ ମହତ୍ତ୍ୱପୂର୍ଣ୍ଣ ଅବସର । ବାୟୁସେନା ପ୍ରମୁଖ ଏୟାର୍ ମାର୍ଶାଲ୍ ଚୌଧୁରୀ କହିଥିଲେ, ଏଲ୍‌ସିଏଚ୍ ସାମିଲ ହେବା ଫଳରେ ବାୟୁସେନାକୁ ଏକ ଅଭିନବ କ୍ଷମତା ମିଳିଛି । ଏହି ହେଲିକପ୍ଟର ହିମାଳୟ କ୍ଷେତ୍ରରେ ନିଜକୁ ପ୍ରମାଣିତ କରିସାରିଛି ବୋଲି ସେ କହିଥିଲେ ।

ଲାଇଟ୍ କମ୍ବାଟ୍ ହେଲିକପ୍ଟର୍ (ଏଲ୍‌ସିଏଚ୍‌) ପ୍ରଚଣ୍ଡରେ ୫.୮ ଟନ୍ ବିଶିଷ୍ଟ ଦୁଇଟି ଇଞ୍ଜିନ୍ ରହିଛି । ଫ୍ରାନ୍ସର ଇଞ୍ଜିନ୍ ନିର୍ମାତା କମ୍ପାନୀ ସାଫ୍ରାନ୍ ସହାୟତାରେ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍‌) ଏହି ଇଞ୍ଜିନ୍‌ର ନିର୍ମାଣ କରିଛି । ‘ପ୍ରଚଣ୍ଡ’ ୭୦ ଏମ୍‌ଏମ୍ ରକେଟ୍ ସିଷ୍ଟମ୍ ସହ ଆକାଶରୁ ଆକାଶକୁ ନିକ୍ଷେପ କରାଯାଉଥିବା ମିସାଇଲ୍‌ରେ ସଜ୍ଜିତ । ମରୁଭୂମି ଏବଂ ବରଫ ଆଚ୍ଛାଦିତ ପାହାଡ଼ରେ ଯେକୌଣସି କଣ୍ଡିସନ୍‌ରେ ଶତ୍ରୁପକ୍ଷ ଉପରେ ଆକ୍ରମଣ କରିବାର କ୍ଷମତା ଏହାର ରହିଛି । ଏହାର କ୍ୟାନନ୍‌ରୁ ପ୍ରତି ମିନିଟ୍‌ରେ ୭୫୦ ଗୁଲି ନିକ୍ଷେପ କରାଯାଇପାରିବ । ଶତ୍ରୁ ପକ୍ଷରୁ ଏୟାର୍ ଡିଫେନ୍ସ ସିଷ୍ଟମ୍ ସହ ଆତଙ୍କୀ ଗିତିବିଧିକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିବାରେ ଏହା ସିଦ୍ଧହସ୍ତ । ଅଧିକତର ପ୍ରତି ଘଣ୍ଟାରେ ୨୬୮ କିମି ବେଗରେ ଉଡ଼ିପାରୁଥିବା ଏଲ୍‌ସିଏଚ୍ ଥରକେ ୧୭୫୦ କେଜି ଓଜନର ଅସ୍ତ୍ରଶସ୍ତ୍ର ବହନ କରିପାରେ । ଏହାର ମାରକ କ୍ଷମତା ୫୫୦ କିଲୋମିଟର ହୋଇଥିବା ବେଳେ ସେନାର ଆତଙ୍କବାଦ ବିରୋଧୀ ଅଭିଯାନରେ ଏହାକୁ ଉଚ୍ଚ ବଙ୍କର୍‌, ଜଙ୍ଗଲ ଏବଂ ସହରାଞ୍ଚଳରେ ମୁତୟନ କରାଯାଇପାରିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking