28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶବିଗତ ୫ ବର୍ଷର ଏଡିଆର ରିପୋର୍ଟ: ନୋଟା ବଟନ୍ ଚିପିଛନ୍ତି ୧.୨୯ କୋଟି ଭୋଟର

ବିଗତ ୫ ବର୍ଷର ଏଡିଆର ରିପୋର୍ଟ: ନୋଟା ବଟନ୍ ଚିପିଛନ୍ତି ୧.୨୯ କୋଟି ଭୋଟର

ନୂଆଦିଲ୍ଲୀ: ବିଗତ ୫ ବର୍ଷରେ (୨୦୧୮-୨୦୨୨) ଦେଶରେ ଅନୁଷ୍ଠିତ ହୋଇଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ୧.୨୯ ଜଣ ଭୋଟର ‘ନୋଟା’ (ନନ୍ ଅଫ୍ ଦି ଏବୋଭ୍‌) ବ୍ୟବହାର କରିଛନ୍ତି ବୋଲି ଏଡିଆର (ଆସୋସିଏସନ ଅଫ୍ ଡେମୋକ୍ରାଟିକ୍ ରିଫର୍ମସ) ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି । ଅର୍ଥାତ ଏହି ଭୋଟରମାନେ କୌଣସି ପ୍ରାର୍ଥୀଙ୍କୁ ପସନ୍ଦ କରିନଥିବା ଜଣାପଡିଛି । ବିଧାନସଭା ନିର୍ବାଚନରେ ହାରାହାରି ୬୪.୫୩ ଲକ୍ଷ ଭୋଟ୍ ‘ନୋଟା’ ଝୁୁଲାକୁ ଯାଇଥିବା କୁହାଯାଇଛି । ଏହା ଭୋଟ ସଂଖ୍ୟାର ମାତ୍ର ୧.୦୬ ପ୍ରତିଶତ । ଲୋକସଭା ନିର୍ବାଚନ (୨୦୧୯)ରେ ବିହାରର ଗୋପାଳଗଞ୍ଜ ଆସନରେ ସବୁଠାରୁ ଅଧିକ ୫୧,୬୬୦ ଭୋଟ୍ ନୋଟାକୁ ଯାଇଥିବାବେଳେ ଲାକ୍ଷାଦ୍ୱୀପରେ ସବୁଠାରୁ କମ ଅର୍ଥାତ ୧୦୦ ଭୋଟ୍ ଯାଇଥିଲା ।

୨୦୨୦ରେ ଅନୁଷ୍ଠିତ ଦୁଇଟି ବିଧାନସଭା ନିର୍ବାଚନ ଅର୍ଥାତ ବିହାର ଓ ଦିଲ୍ଲୀରେ ‘ନୋଟା’କୁ ସର୍ବାଧିକ ଭୋଟର (୧.୪୬ ପ୍ରତିଶତ) ପସନ୍ଦ କରିଥିଲେ । ବିହାରରେ ନୋଟା ଭୋଟ୍ ସଂଖ୍ୟା ୭,୦୬,୨୫୨ ଥିବାବେଳେ ଦିଲ୍ଲୀରେ ୪୩,୧୦୮ ଭୋଟର ଏହି ବଟନ୍ ଚିପିଥିଲେ । ତେବେ ୨୦୨୨ରେ ୫ଟି ରାଜ୍ୟ ଯଥା ଗୋଆ, ମଣିପୁର, ପଞ୍ଜାବ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନରେ ସବୁଠାରୁ କମ ୦.୭୦ ପ୍ରତିଶତ ଭୋଟ୍ ‘ନୋଟା’ ଝୁଲାକୁ ଯାଇଥିଲା । ଏଥିମଧ୍ୟରୁ ଗୋଆରେ ୧୬,୬୨୯, ମଣିପୁରରେ ୧୦,୩୪୯, ପଞ୍ଜାବରେ ୧,୧୦,୩୦୮, ଉତ୍ତର ପ୍ରଦେଶରେ ୬,୩୭,୩୦୪ ଓ ଉତ୍ତରାଖଣ୍ଡରେ ୪୬,୮୪୦ ଭୋଟ୍ ଅନ୍ତର୍ଭୁକ୍ତ ।

ଏପର୍ଯ୍ୟନ୍ତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ସର୍ବାଧିକ ୭,୪୨, ୧୩୪ ଭୋଟର ନୋଟା ବଟନ ବ୍ୟବହାର କରିଥିବାବେଳେ ୨୦୧୮ ମିଜୋରାମ ବିଧାନସଭା ନିର୍ବାଚନରେ ସବୁଠାରୁ କମ ୨୯୧୭ ଭୋଟ୍ ନୋଟାକୁ ଯାଇଥିବା ଜଣାପଡିଛି । ଅପରାଧିକ ରେକର୍ଡ ଥିବା ତିନି କିମ୍ବା ତଦୁର୍ଦ୍ଧ୍ୱ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିହାରର ୧୧୭ଟି ନିର୍ବାଚନମଣ୍ଡଳୀରେ ସବୁଠାରୁ ଅଧିକ ୧.୬୩ ପ୍ରତିଶତ ନୋଟା ବଟନ ବ୍ୟବହଅତ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି । ଅନେକ ସ୍ଥାନରେ ଭୋଟରମାନେ ଇଭିଏମ୍‌ରେ ‘ନୋଟା’ ବଟନ୍‌ର ଗୁରୁତ୍ୱ ଜାଣିନଥିବାରୁ ବାଉଳାରେ ଏହି ବଟନ୍ ବ୍ୟବହାର କରିଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking