33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶସିନ୍ଦେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଜି!

ସିନ୍ଦେ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ଆଜି!

ମୁମ୍ବାଇ: ମହାରାଷ୍ଟ୍ରରେ ଆସନ୍ତାକାଲି ଏକନାଥ ସିନ୍ଦେଙ୍କ ନେତୃତ୍ୱାଧିନ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହେବ ବୋଲି ସୂଚନା ମିଳିଛି । ଶିବସେନାରେ ଗୋଷ୍ଠୀ ବିବାଦ ଘଟିବାପରେ ଜୁନ୍ ୩୦ରେ ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ଓ ଦେବେନ୍ଦ୍ର ଫଡ୍‌ନବୀସ ଉପମୁଖ୍ୟମନ୍ତ୍ରୀଭାବେ ଶପଥଗ୍ରହଣ କରିସାରିଛନ୍ତି । ସେମାନେ ଶପଥ ନେବାର ଏକମାସ ବିତିଯାଇଥିବା ସତ୍ତ୍ୱେ ବିଭିନ୍ନ କାରଣରୁ ମନ୍ତ୍ରିମଣ୍ଡଳର ସଂପ୍ରସାରଣ ହୋଇପାରିନଥିଲା । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ସିନ୍ଦେ ଓ ଫଡ୍‌ନବୀସ ଗୋଷ୍ଠୀର ୭ ଜଣ ଲେଖାଏଁ ମନ୍ତ୍ରୀ ସାମିଲ ହେବାର ସମ୍ଭାବନା ରହିଛି । ସିନ୍ଦେ ଗୋଷ୍ଠୀରୁ ଦାଦା ଭୁସେ, ଉଦୟ ସାୱନ୍ତ, ଗୁଲାବରାଓ ପାଟିଲ, ଶମ୍ଭୁରାଜେ ଦେଶାଇ, ସନ୍ଦୀପନ ଭୁମ୍‌ରେ, ସଞ୍ଜୟ ସିର୍ସଥ୍ ଓ ଅବଦୁଲ ସତ୍ତାର ମନ୍ତ୍ରିପଦ ପାଇବାକୁ ଯାଉଥିବାବେଳେ ଫଡ୍‌ନବୀସଙ୍କ ନେତୃତ୍ୱାଧୀନ ବିଜେପି ଗୋଷ୍ଠୀରୁ ଚନ୍ଦ୍ରକାନ୍ତ ପାଟିଲ, ସୁଧୀର ମୁଙ୍ଗତିୱର, ଗିରୀଶ ମହାଜନ, ପ୍ରବୀଣ ଡାରେକର, ରାଧାକୃଷ୍ଣ ପାଟିଲ, ଗଣେଷ ନାଏକ ଓ ରବୀନ୍ଦ୍ର ଚୌହ୍ୱାନଙ୍କୁ ସୁଯୋଗ ମିଳିବ ବୋଲି ଚର୍ଚ୍ଚା ଚାଲିଛି । ଆବଶ୍ୟକ ପଡିଲେ ସ୍ୱାଧୀନ ବିଧାୟକ ବଚ୍ଚୁ କାଡୁଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇପାରେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ସୂଚନାଯୋଗ୍ୟ ସିନ୍ଦେଙ୍କ ନେତୃତ୍ୱରେ ପ୍ରାୟ ୪୦ ବିଧାୟକ ବିଦ୍ରୋହ ଡାକରା ଦେବାପରେ ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ୱାଧୀନ ମେଣ୍ଟ ସରକାର (ମହା ବିକାଶ ଆଘାଡି) ସରକାରର ପତନ ଘଟିଥିଲା । ଏହାପରେ ରାଜ୍ୟପାଳ ଭଗତସିଂହ କୋଶିୟାରୀ ଶିବସେନା (ସିନ୍ଦେ ଗୋଷ୍ଠୀ) ଓ ବିଜେପିର ମେଣ୍ଟ ସରକାର ଗଠନ ପାଇଁ ଆମନ୍ତ୍ରଣ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking