34.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶପ୍ରବଳ ବର୍ଷା ପରେ ଭୂସ୍ଖଳନ: ଚାଲିଗଲା ଗୋଟିଏ ପରିବାର ୪ ସଦସ୍ୟଙ୍କ ଜୀବନ

ପ୍ରବଳ ବର୍ଷା ପରେ ଭୂସ୍ଖଳନ: ଚାଲିଗଲା ଗୋଟିଏ ପରିବାର ୪ ସଦସ୍ୟଙ୍କ ଜୀବନ

ବେଙ୍ଗାଲୁରୁ: କର୍ଣ୍ଣାଟକର ଉତ୍ତର କନ୍ନଡ ଜିଲ୍ଲାରେ ପ୍ରବଳ ବର୍ଷା ପରେ ଭୂସ୍ଖଳନ ଯୋଗୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ନେଇ ସୂଚନା ମିଳିଛି । ଗତକାଲି ରାତିରେ ହୋଇଥିବା ଭୂସ୍ଖଳନରେ ପାହଡରେ ପାଦ ଦେଶରେ ଥିବା ଏହି ଘରଟି ଭୂସ୍ଖଳନରେ ସମ୍ପୂର୍ଣ୍ଣ ପୋତି ହୋଇ ପଡିଥିଲା । ଫଳରେ ଘର ଭିତରେ ଥିବା ୪ଜଣ ସଦସ୍ୟ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଛନ୍ତି ।

ମୃତକଙ୍କ ମଧ୍ୟରେ ଦୁଇ ମହିଳା ଓ ଦୁଇ ପୁରୁଷ ରହିଛନ୍ତି ।ଏହି ଅଘଟଣ ଗତ ରାତିରେ ଭଟ୍ଟକଲ ତାଲୁକାର ମିତାଲି ଗ୍ରାମରେ ଘଟିଛି । ପ୍ରବଳ ବର୍ଷା ପରେ ହଠାତ ଭୂସ୍ଖଳନ ଘଟିଥିଲା । ଘର ୪ ସଦସ୍ୟ ଶୋଇଥିବା ବେଳେ ପଥର ଅତଡା ମଧ୍ୟରେ ପୋତି ହୋଇ ପଡିଥିଲେ । ନିକଟରେ ଥିବା ଅନ୍ୟ କିଛି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ରାସ୍ତାଘାଟ ମଧ୍ୟ କ୍ଷତିଗ୍ରସ୍ତ ହେବା ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି । ସକାଳେ ଖବର ପାଇ ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଟିମ ପହଞ୍ଚି ମୃତଦେହ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଥିଲେ । ଅପରାହ୍ନ ସୁଦ୍ଧା ସମସ୍ତ ମୃତଦେହ ଉଦ୍ଧାର କରାଯିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking