39.4 C
Bhubaneswar
Thursday, April 18, 2024
Homeଓଡିଶାଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ସୂର୍ଯ୍ୟ ଦେଓଙ୍କୁ ସୋଆ ପକ୍ଷରୁ ସମ୍ବର୍ଦ୍ଧନା

ଭୁବନେଶ୍ୱର,: ୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା ବିଶିଷ୍ଟ ସିନେ ସମୀକ୍ଷକ ତଥା
ଲେଖକ ଶ୍ରୀ ସୂର୍ଯ୍ୟ ଦେଓଙ୍କୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ବୁଧବାର ସମ୍ବଦ୍ଧି ର୍ତ କରାଯାଇଛି । ଚଳିତ ବର୍ଷ
୬୮ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୦ ନିମନ୍ତେ ଶ୍ରୀ ଦେଓଙ୍କ ଦ୍ୱାରା ଲିଖିତ ‘କାଲି ପାଇଁ କାଲିର
ସିନେମା’ ପୁସ୍ତକ ସ୍ୱତନ୍ତ୍ର ଉଲ୍ଲେଖ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଘୋଷଣା କରାଯାଇଛି ।
ସୋଆର ପ୍ରତିଷ୍ଠାତା ସଭାପତି ପ୍ରଫେସର (ଡକ୍ଟର) ମନୋଜରଞ୍ଜନ ନାୟକ ଶ୍ରୀ ଦେଓଙ୍କୁ ତାଙ୍କର ଏହି
ସଫଳତା ନିମନ୍ତେ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସମ୍ବର୍ଦ୍ଧିତ କରିଛନ୍ତି । ଏହି
ଅବସରରେ ପ୍ରଫେସର ନାୟକ ଶ୍ରୀ ଦେଓଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ତାଙ୍କ ସହଯୋଗରେ
ସୋଆ ଓଡ଼ିଆ ସିନେମା ଓ ସଂସ୍କୃତି କ୍ଷେତ୍ରରେ ଗବେଷଣା କାର୍ଯ୍ୟ ଆରମ୍ଭ କରିବାର ଯୋଜନା ରଖିଛି ବୋଲି
କହିଛନ୍ତି ।
ଶ୍ରୀ ଦେଓ ଓଡ଼ିଆ ସିନେମାର ଇତିହାସକୁ ପୁର୍ନଜୀବିତ କରିବା କ୍ଷେତ୍ରରେ ତାଙ୍କର ଅନୁଭୂତି ବଖାଣିବା
ସହ ଏଥି ନିମନ୍ତେ କରିଥିବା ଗବେଷଣା ଓ ନଥୀକରଣ ସମୟରେ ସେ ସାମ୍ନା କରିଥିବା ସମସ୍ୟା ସମ୍ପର୍କରେ
କହିଥିଲେ ।
ଏହି ଓଡ଼ିଆ ପୁସ୍ତକ ‘କାଲି ପାଇଁ କାଲିର ସିନେମା’ରେ ଏକୋଇଶଟି କ୍ଲାସିକ୍ ଓଡ଼ିଆ ଚଳଚ୍ଚିତ୍ରର ବିସ୍ତ୍‌ୃତ
ନଥୀକରଣ, ପରିଚର୍ଯ୍ୟା ଓ ଚଳଚ୍ଚିତ୍ର ସହ ସଂପୃକ୍ତ ବ୍ୟକ୍ତିବିଶେଷଙ୍କ ଆତ୍ମକଥନ ସ୍ଥାନିତ ହୋଇଛି । ୨୮୮ ପୃଷ୍ଠା
ସମ୍ବଳିତ ଏହି ପୁସ୍ତକରେ ପୌରାଣିକ, ସାହିତ୍ୟର ରୂପାନ୍ତର, ମନୋରଞ୍ଜନ ଓ ମସଲାଧର୍ମୀ ଏବଂ ସମାନ୍ତର
ଚଳଚ୍ଚିତ୍ରର ବର୍ଗୀକରଣ ରହିଛି । ଶହେରୁ ଅଧିକ ଦୁର୍ଲଭ ଫଟୋଗ୍ରାଫ୍ ଏବଂ ପୋଷ୍ଟର ‘କାଲି ପାଇଁ କାଲିର
ସିନେମା’ର ଅନ୍ୟତମ ଆକର୍ଷଣ । ଓଡ଼ିଆ ଚଳଚ୍ଚିତ୍ରର ତଥ୍ୟ ଓ ଇତିହାସ ସମ୍ବନ୍ଧରେ ଏହି ଗ୍ରନ୍ଥରେ ବିଶେଷ
ଉଲ୍ଲେଖ ରହିଛି ।
ଚଳିତ ବର୍ଷ ଓଡ଼ିଶାରୁ ଏକ ମାତ୍ର ଶ୍ରୀ ଦେଓଙ୍କର ପୁସ୍ତକ ହିଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇବା ନିମନ୍ତେ
ମନୋନୀତ ହୋଇଛି ।
ଏହି ଅବସରରେ ସୋଆର ଉପ-କୁଳପତି ତଥା ରେଜିଷ୍ଟ୍ରାର ପ୍ରଫେସର ବିଭୁତି ଭୂଷଣ ପ୍ରଧାନ,
ଉପଦେଷ୍ଟା ପ୍ରଫେସର ଜୟଦେବ ପତି, ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ, ସୁମା ରିୟଲ ମିଡିଆ ପ୍ରାଇଭେଟ
ଲିମିଟେଡ୍ ସିଇଓ ଶ୍ରୀ ସୁନୀଲ ଦାସ, ପ୍ରମେୟ ଓ ନ୍ୟୁଜ ୭ର ଗ୍ରୁପ୍ ଏଡିଟର୍ ଶ୍ରୀ ଗୋପାଳକୃଷ୍ଣ ମହାପାତ୍ର,
ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ ମାର୍କେଟିଂ) ଶ୍ରୀ ହିମାଂଶୁ ହୋତା ଓ ନ୍ୟୁଜ ୭ର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ
ଦେବନାରାୟଣ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ
ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking