33.1 C
Bhubaneswar
Friday, April 26, 2024
Homeଓଡିଶାଚିନ୍ତା ବଢ଼ାଇଲାଣି ହାଣ୍ଡିଶାଳ : ପେଟରେ ଓଦାକନା ପକାଇଛନ୍ତି ଦିନମଜୁରିଆ

ଚିନ୍ତା ବଢ଼ାଇଲାଣି ହାଣ୍ଡିଶାଳ : ପେଟରେ ଓଦାକନା ପକାଇଛନ୍ତି ଦିନମଜୁରିଆ

କେନ୍ଦୁଝର : କରୋନା ଭୂତାଣୁକୁ ମୁକାବିଲା କରୁ କରୁ ଏବେ କରୁଣ ଦିଶିଲାଣି ହାଣ୍ଡିଶାଳ ଚିତ୍ର। ନିୟମିତ ମୂଲମଜୁରି କରି ଚଳୁଥବା ଲୋକେ କରୋନା ପାଇଁ କାମ ବନ୍ଦ କରିଦେବା ପରେ ଏବେ ହାଣ୍ଡିଶାଳ ଚାଉଳଶୂନ୍ୟ। ତିନି ମାସର ରାସନ ଏକକାଳୀନ ମିଳିବ ବୋଲି ସରକାରୀ ଘୋଷଣା ସତ୍ତ୍ବେ ଆଜିଯାଏ ଏହି ସରକାରୀ ଚାଉଳ ମିଳି ନ ଥିବାରୁ ଶ୍ରମିକ ‌ଶ୍ରେଣୀର ଲୋକଙ୍କର ପେଟରେ ପାଣି କନା ଦେଇ ଶୋଇବା ଭଳି ସ୍ଥିତି ଉପୁଜିଛି।
କେନ୍ଦୁଝର ସହ ନିକଟ ନେଲୁଙ୍ଗ ଗ୍ରାମର ମୁଣ୍ଡା ସାହିରେ ପ୍ରାୟ ୧୦୦ ଆଦିବାସୀ ପରିବାର ରୁହନ୍ତି। ସାହିର ସମସ୍ତେ ଶ୍ରମିକ ଶ୍ରେଣୀର। ଏଥିସହିତ ୭୦ ପ୍ରତିଶତ ପରିବାରର ରାସନ କାର୍ଡ ରହିଛି। ପ୍ରାୟ ୩୦ ପ୍ରତିଶତ ପରିବାରଙ୍କ ପାଖରେ ନାହିଁ ରାସନ କାର୍ଡ। ସେମାନେ ବି ମୂଲମଜୁରି ଲାଗି ପେଟ ପୋଷିଥାନ୍ତି। କେହି କେହି ନିକଟସ୍ଥ ପାହାଡ଼ରେ କ୍ରସର ପାଇଁ ପଥର ଫଟାଇଥାନ୍ତି ତ କିଏ ପତ୍ର ବିକ୍ରି କରି ପରିବାର ଚଳାଇଥାନ୍ତି। ଏଥିମଧ୍ୟରୁ କେହି କେହି ନିର୍ମାଣ ଶ୍ରମିକ ଭାବେ କାର୍ଯ୍ୟ କରୁଥିବାବେଳେ ଆଉ କେହି ଚାଷଜମିରେ ମୂଲ ଲାଗିଥାନ୍ତି। ସେହି ଟଙ୍କା ପାଇଲେ ଡାଲିଚାଉଳ କିଣି ଚଳିଥାନ୍ତି। କରୋନା କଟକଣା ସେମାନଙ୍କ ଜୀବନଜୀବିକାର ଚିତ୍ର ବଦଳାଇ ଦେଇଛି। ଗତ କିଛିଦିନ ଧରି ସେମାନଙ୍କୁ କାମ ମିଳୁନାହିଁ। ଯେଉଁମାନେ ଆଖପାଖ କ୍ରସରରେ କାମ କରୁଥିଲେ, ତାହା ମଧ୍ୟ ବନ୍ଦ ହୋଇଯାଇଛି। ଯେଉଁମାନେ କାଠ କିମ୍ବା ପତ୍ର ବିକ୍ରି କରି ଚଳୁଥିଲେ, ବଜାର ବନ୍ଦ ଦୃଷ୍ଟିରୁ ସେମାନେ ଆସିପାରୁ ନାହାନ୍ତି। ଗୋଟିଏପଟେ ନିଅଣ୍ଟିଆ ସଂସାର, ଅନ୍ୟପଟେ ଟଙ୍କାଟିଏ ସଞ୍ଚୟ ନ ଥିବାରୁ ଏବେ ଚାଉଳ କିଲେ କିଣିବାକୁ ବି ସେମାନଙ୍କ ପକ୍ଷେ ସମ୍ଭବ ହେଉନାହିଁ। ବାହାରକୁ କାମ କରିବାକୁ ଯାଇ ପାରୁ ନ ଥିବାରୁ ସେମାନଙ୍କ ଘରେ ଚାଉଳ ନାହିଁ। କରୋନା କଟକଣା ପରଠାରୁ ଧୀରେଧୀରେ କରୁଣ ଦିଶିଲାଣି ସେମାନଙ୍କ ହାଣ୍ଡିଶାଳର ଚିତ୍ର।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking