38.1 C
Bhubaneswar
Friday, April 26, 2024
Homeଓଡିଶାକାମ କରି ୨ ବର୍ଷପରେ ବି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ

କାମ କରି ୨ ବର୍ଷପରେ ବି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ

ଫୁଲବାଣୀ : କନ୍ଧମାଳା ଜିଲ୍ଲା ଫିରିଙ୍ଗିଆ ବ୍ଲକ୍ ନୂଆପଦର ପଞ୍ଚାୟତ ରବିଙ୍ଗିଆ ଗାଁର ପ୍ରାୟ ୬୦ ଜଣ ଶ୍ରମିକ ମନରେଗା ଯୋଜନାରେ ଏକ ରାସ୍ତାକାମ କରି ଦୁଇବର୍ଷ ହେବ ଟାଙ୍କା ପାଇନଥିବା ବ୍ଲକ୍ ପ୍ରଶାସନ ନିଟକରେ ଅଭିଯୋଗ କରିଛନ୍ତି । ଗତ ୨୦୧୭-୧୮ ଆର୍ଥକ ବର୍ଷରେ ନିଜ ଗାଁ ପାଖରେ ଥିବା ଆଲମପଡା ଠାରୁ ଗେରୁସାହି ପର୍ଯ୍ୟନ୍ତ ପ୍ରାୟ ଏକ କିଲୋମିଟର ରାସ୍ତାରେ ମାଟି କାମ କରିଥିଲେ । ଯାହାର ଅଟକଳ ମୂଲ୍ୟ ସତେବେଳେ ଥିଲା ୯ ଲକ୍ଷ ୮୦ ହଜାର ଟଙ୍କା । କାମ ସରିବାର ଆଜିକୁ ୨ ବର୍ଷ ହୋଇଗଲାଣି ହେଲେ ଶ୍ରମିକମାନେ ଆଜି ପର୍ଯ୍ୟନ୍ତ ଟଙ୍କା ଟିଏ ପାଇନାହାଁନ୍ତି । ଦୁଃଖର ବିଷୟ ଏହି ରାସ୍ତାରେ ମାଟି କାମ କଲାବେଳେ ଗୋଡ଼ରେ ଏକ କଣ୍ଟା ଲାଗିଯାଇ ଆହତ ହୋଇଥିବା ଏହି ରବିଙ୍ଗିଆ ଗାଁର ଟଙ୍କଧର କହଁର ନାମକ ଜଣେ ଶ୍ରମିକ ଅର୍ଥ ଅଭାବରୁ ବର୍ତ୍ତମାନ ଏବେ ପଙ୍ଗୁ ହୋଇଯାଇଛନ୍ତି ।
କୋହଭରା କଣ୍ଠରେ ସେ କହିଛନ୍ତି ଯେ, ମୁଁ ମୋ ପରିବାର ସାଙ୍ଗରେ ମାଟିକାମ କରିଥିଲି । ପାରିଶ୍ରମିକ ପାଇଥିଲେ ଚିକିତ୍ସା କରିପାରିଥାନ୍ତି । ପାରିଶ୍ରମିକ ପାଇପାରିନଥିବାରୁ ମୁଁ ମୋ ଚିକିତ୍ସା କରିପାରିଲି ନାହିଁ । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେବାପରେ ବର୍ତ୍ତମାନ ଏହି ଶ୍ରମିକମାନେ ସ୍ଥାନୀୟ କୁଇ ସମାଜର ଆଶ୍ରୟ ନେଇଛନ୍ତି । ଶ୍ରମିକମାନଙ୍କ ସମସ୍ୟାର ସମାଧାନ ପାଇଁ ସ୍ତାନୀୟ କୁଇ ସମାଜ ଅଣ୍ଟା ଭିଡିଥିବାବେଳେ ସମାଜର ରବିଙ୍ଗିଆ ଶାଖା ସମ୍ପାଦକ ମହେନ୍ଦ୍ର ମଲ୍ଲିକଙ୍କ ସହ ଉପ ସଭାପତି ରବୀନ୍ଦ୍ର କହଁର, ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କୁ ଭେଟିଛନ୍ତି । ଅନ୍ୟପଟେ ସତେବେଳେ ଏହି କାମ ପାଇଁ ନିୟୋଜିତ କରାଯାଇଥିବା ଏହି କାମର ତଦାରଖ କରୁଥିବା ଗାଁର ପ୍ରତାପ କହଁରଙ୍କୁ ପଚାରିବାରୁ କାମ ଚାଲିଥିବାବେଳେ କିଛି ଖଳ ପ୍ରକୃତିର ଲୋକ ଏହି କାମ ଉପରେ ବିଭାଗୀୟ ଅଧିକାରୀ ମାନଙ୍କୁ ଅଭିଯୋଗ କରିଥିଲେ । ସେଥିପାଇଁ କାମ କରିଥିବା ଶ୍ରମିକ ମାନଙ୍କୁ ଏପର୍ଯ୍ୟନ୍ତ ପାରିଶ୍ରମିକ ମିଳିପାରିନାହିଁ । ନୁଆଁପଦର ପଞ୍ଚାୟତ ଦାୟିତ୍ୱରେ ଥିବା ଗ୍ରାମ ରୋଜଗାର ସେବକ ସଞ୍ଜୟ କୁମାର ଦେହୁରୀଙ୍କୁ ପାଚାରିବାରୁ ମୁଁ ନୂତନ ଭାବରେ ନୁଆଁ ପଦର ପଞ୍ଚାୟତରେ ଯୋଗଦେଇଛି । ମୋର ଜାଣିବାରେ କାମ ହୋଇଛି ।
ଶ୍ରମିକମାନେ ମଧ୍ୟ କାମ କରିଛନ୍ତି କିନ୍ତୁ କ’ଣ ପାଇଁ ପାରିଶ୍ରମିକ ପାଇପାରିନାହାଁନ୍ତି ତାହା ତଦନ୍ତ ହେଲେ ଜଣାପଡ଼ିବ ବୋଲି କହିଛନ୍ତି । ଅନ୍ୟପଟେ ଏହି ସମସ୍ୟା ବିଷୟରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞ୍ଜନ ମହନ୍ତଙ୍କୁ ପଚାରିବାରୁ ଶ୍ରମିକମାନେ ପରିଶ୍ରମ କରିଛନ୍ତି । ଡେରିରେ ହେଲେବି ପରିଶ୍ରମ କରିଥିବା ଶ୍ରମିକମାନେ ନିଶ୍ଚିତ ଭାବରେ ତାଙ୍କ ସମସ୍ତ ପାରିଶ୍ରମିକ ପାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ସେପଟେ ପାରିଶ୍ରମିକ ନପାଇଲେ ଶ୍ରମିକମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking