28.1 C
Bhubaneswar
Thursday, May 2, 2024
Homeଅପରାଧ ଗଛରୁ ନାବାଳିକା ର ଝୁଲନ୍ତା ଶବ ଉଦ୍ଧାର ,ଦୁଷ୍କର୍ମ ପରେ ହତ୍ୟା ନେଇ ପରିବାର ର...

 ଗଛରୁ ନାବାଳିକା ର ଝୁଲନ୍ତା ଶବ ଉଦ୍ଧାର ,ଦୁଷ୍କର୍ମ ପରେ ହତ୍ୟା ନେଇ ପରିବାର ର ଅଭିଯୋଗ

କୋରାପୁଟ (ଅଭିନାଶ ଜାନାମ):-  କୋଟପାଡ଼ ଥାନା ଅଧିନସ୍ଥ ଚିତ୍ରା ପଞ୍ଚାୟତ ର  ବାଘଛୁଆ ଗ୍ରାମ ରେ  ଆଜି ରାତି ୨ଟା ରେ ଶୌଚା ପାଇଁ ନିଜ ଘରୁ ବାହାରି ଆଉ ଘରକୁ ଫେରି ନଥିଲେ ଜଣେ ନାବାଳିକା ଝିଅ  ଭୋର ୫ଟା ବେଳକୁ ନିଜ ଘର ନିକଟ ରେ ଥିବା ଏକ  ତେନ୍ତୁଳି ଗଛରେ ଝୁଲୁଥିବା ଶବ। ଏସବୁ ଦେଖିଲା ପରେ ପରିବାର ପକ୍ଷରୁ ପୋଲିସ କୁ ଖବର ଦେଇଥିଲେ ।ଖବର ପାଇପୋଲିସ  ଘଟଣା ସ୍ଥଳରେ ପହଞ୍ଚି  ଝୁଲନ୍ତା ଶବ କୁ ଉଦ୍ଧାର କରିତଦନ୍ତ ଆରମ୍ଭ କରୁଥିବା ବେଳେ । ଅନ୍ୟପଟେ ମୃତ ନାବାଳିକା ଙ୍କ  ଶବ ଉଦ୍ଧାର ସମୟ ରେ ତାଙ୍କର ପିନ୍ଧିଥିବା ପୋଷାକ ଫାଡ଼ି ହୋଇ ଯାଇଥିଲା। ନାବାଳିକା ଜଣକ ଗ୍ରାମର ଏକ ଯୁବକ ସହ ପ୍ରେମ ସମ୍ପର୍କ ରହିଥିବା ବେଳେ ସେହି ଯୁବକ ଏବଂ ତାଙ୍କ ସହଯୋଗୀ ମାନେମିଶି ଦୁଷ୍କର୍ମ କରି ହତ୍ୟା କରିଥିବା ନେଇ ସନ୍ଦେହ କରି କୋଟପାଡ  ଥାନା ରେ  ଏକ ଲିଖିତ ଅଭିଯୋଗ  କରିଥିବା କହିଛନ୍ତି ମୃତ ଝିଅ ଙ୍କ ବାପା ଆଉ ମାମୁ ଓ  ପରିବାର ତରଫରୁ ଆଣିଥିବାଲିଖିତ ଅଭିଯୋଗ କୁ ଭିତି କରି ଏକ ମାମଲା ରୁଜୁ ହୋଇଛି।ଏହାର ର ତଦନ୍ତ  ମଧ୍ୟ ଚାଲୁରହିଛି ବୋଲି ପୋଲିସ ସୂଚନା ମିଳିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁ ସ୍ୱଷ୍ଟ ଜଣାପଡିବ ବୋଲି କହିଛନ୍ତି ବୋରିଗୁମ୍ମା ଏସ୍ଡିପିଓ ହରେକୃଷ୍ଣ ମାଝୀ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking