34.1 C
Bhubaneswar
Friday, March 29, 2024
Homeଓଡିଶାକିଛି ଚିନ୍ତାର ବିଷୟ ନାହିଁ

କିଛି ଚିନ୍ତାର ବିଷୟ ନାହିଁ

ଭୁବନେଶ୍ଵର: ୧୧ ଜିଲ୍ଲାରେ ମରୁଡି ହେବା ଆଶଙ୍କାରେ କୃଷି ସଚିବ ନିଜର ପ୍ରତିକ୍ରିୟା ରଖିଛନ୍ତି । ଉକ୍ତ ଜିଲ୍ଲାଗୁଡିକରେ ବର୍ଷ କମ୍ ହେଉଥିବାରୁ ଏବେ ଚିନ୍ତା ବଢ଼ିଛି । କୃଷି ସଚିବ କହିଛନ୍ତି, ବର୍ଷା ହେଉଛି ଚିନ୍ତା କରିବା ଦରକାର ନାହିଁ । ଆମେ ଏହା ଉପରେ ନଜର ରଖିଛୁ, ରିଭ୍ୟୁ ମଧ୍ୟ କରୁଛୁ । ସେଥିପାଇଁ ଚାଷୀମାନେ ଚିନ୍ତା କରନ୍ତୁ ନି । imd କହିଛି ସ୍ଵାଭାବିକ ବର୍ଷା ହେବ । ଆଉ ଯଦି ବର୍ଷା ନ ହୁଏ ତେବେ ସେତେବେଳେ ଦେଖାଯିବ କଣ୍ କରାଯିବ । ଏମିତି ପ୍ରତିକ୍ରିୟା ଦେଇଛନ୍ତି କୃଷି ସଚିବ ସୌରଭ ଗର୍ଗ । ତେବେ ବର୍ତ୍ତମାନ ରାଜ୍ୟରେ କରୋନା ମହାମାରୀ ଆତଙ୍କ ରଚାଇ ଥିବାବେଳେ ଯଦି ମରୁଡି ସ୍ଥିତି ଉପୁଜେ ତେବେ ସାଙ୍ଘାତିକ ଅବସ୍ଥା ହେବ ।
ତେବେ ରାଜ୍ୟରେ ଚଳିତ ବର୍ଷ ୧୧ଟି ଜିଲ୍ଲାରେ ସ୍ୱାଭାବିକ ଠରୁ କମ୍ ବର୍ଷା ରହିଛି । ଏନେଇ ସ୍ୱତନ୍ତ୍ର ରିଲିଡ଼ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ , ବାଲେଶ୍ୱର , ଢେଙ୍କାନାଳ , ନୟାଗଡ଼, ସୁବର୍ଣ୍ଣପୁର , ଭଦ୍ରକ, କଟକ , ଯାଜପୁର, ଖୋର୍ଦ୍ଧା, ଜଗତସିଂହପୁର , କେନ୍ଦ୍ରାପଡ଼ାରେ ସ୍ୱାଭାବିକଟାରୁ କମ୍ ବର୍ଷା ହୋଇଛି ।
ଅନ୍ୟପଟେ ନୂଆପଡ଼ା , ଗଜପତି, ବୌଦ୍ଧ, ମାଲକାନଗିରି, ଗଞ୍ଜାମ , କଳାହାଣ୍ଡି, କନ୍ଧମାଳ, କୋରାପୁଟ, ରାୟଗଡ଼ା, ସମ୍ବଲପୁର,ବଲାଙ୍ଗୀର, ବରଗଡ଼, ଅନୁଗୁଳ , ଦେବଗଡ଼ , ନବରଙ୍ଗପୁର, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଝାରସୁଗୁଡ଼ା ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking