35.1 C
Bhubaneswar
Thursday, May 7, 2026
Homeଓଡିଶାଦାରିଙ୍ଗିବାଡିରେ ହାଲୁକା ବର୍ଷା ସହ କୋହଲା ପବନ

ଦାରିଙ୍ଗିବାଡିରେ ହାଲୁକା ବର୍ଷା ସହ କୋହଲା ପବନ

ଭୁବନେଶ୍ୱର:  ଲଘୁଚାପ ପ୍ରଭାବରେ  ରାଜ୍ୟରେ କେଉଁ କେଉଁ ସ୍ଥାନରେ ବର୍ଷା ଲାଗି ରହିଛି । କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ପ୍ରଭାବିତ ହୋଇଛି। ଗୁରୁବାର ପାଗ ମେଘୁଆ ସହ କୋହଲା ପବନ ବୋହୁଥିଲା। ବିଳମ୍ବିତ ରାତିରୁ ବର୍ଷା ଆରମ୍ଭ ହୋଇଥିବାବେଳେ ଶୁକ୍ରବାର ବର୍ଷା ଜାରିରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଧାନକଟା କାର‌୍ୟ୍ୟ ଚାଲିଥିବାରୁ ଧାନଫସଲ ନଷ୍ଟ ହେବା ଆଶଙ୍କା କରାଯାଇଛି। ବର୍ଷା ସହ କୋହଲା ପବନ ଯୋଗୁ ଶୀତର ପ୍ରଭାବ ଅଧିକ ଦେଖିବାକୁ ମିଳିଛ। ଆଗକୁ ବଡ଼ ଦିନ ରହିଥିବାରୁ ଅଞ୍ଚଳବାସୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ବଜାର ଯିବା କଷ୍ଟକର ହୋଇପଡ଼ିଛି। ସେହିପରି ବିଭିନ୍ନ ବିଦ୍ୟାଳୟରେ ଉପସ୍ଥାନ ସଂଖ୍ୟା କମିଥିବା ଜଣାପଡ଼ିଛି। କାମଧନ୍ଦା ନିମନ୍ତେ ବାହାରକୁ ଯିବା ଲୋକଙ୍କ ପାଇଁ ବାଧା ସୃଷ୍ଟି କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking