35.1 C
Bhubaneswar
Thursday, May 7, 2026
Homeଓଡିଶାଯାଜପୁର ନେତାଙ୍କୁ ନବୀନଙ୍କ ତାଗିଦ

ଯାଜପୁର ନେତାଙ୍କୁ ନବୀନଙ୍କ ତାଗିଦ

ଯାଜପୁର: ଯାଜପୁର ଜିଲ୍ଲା ବିଜେଡି କାର୍ଯ୍ୟକାରିଣୀ ବୈଠକରେ ନବୀନଙ୍କ ତାଗିଦ । ବିଶୃଙ୍ଖଳାକୁ ବରଦାସ୍ତ କରାଯାଇପାରିବ ନାହିଁ ବୋଲି ଭିଡିଓ ବାର୍ତ୍ତାରେ କହିଲେ । ମୁଁ ସବୁବେଳେ ଡିସିପ୍ଲିନ ଉପରେ ଗୁରୁତ୍ୱ ଦେଇ ଆସିଛି ବୋଲି କହିଛନ୍ତି ନବୀନ । ଆହୁରି କହିଛନ୍ତି, ଆମେ ସଂଗଠନକୁ ମଜଭୁତ କରିବା, ଲୋକଙ୍କ ସହ ଯୋଡି ହୋଇ ରହିବା । ଓଡିଶାବାସୀ ଆମକୁ ୨୪ ବର୍ଷ ସେବା କରିବାର ସୁଯୋଗ ଦେଇଥିଲେ । ଲେକଙ୍କ ଏହି ବିଶ୍ୱାସ ଆମକୁ ବାଟ ଦେଖାଇ ଆସୁଛି । ଆମେ ବିରୋଧୀ ଦଳରେ କିନ୍ତୁ ଏବେ ବି ଲୋକଙ୍କ ଭଲପାଇବା ଅତୁଟ ଅଛି । ବିଜେପି ସରକାର ଏବେ ଓଡିଶାବାସୀଙ୍କ ପାଇଁ ବଡ ବୋଝ ପାଲଟି ଗଲାଣି । ମହିଳା ଅତ୍ୟାଚାର ବିରୋଧରେ, ଚାଷୀଙ୍କର ହକ ପାଇଁ ଲଢିବାକୁ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking