31.1 C
Bhubaneswar
Friday, May 10, 2024
Homeଅପରାଧପଥରରେ ଛେଚି ମହିଳାଙ୍କୁ ହତ୍ୟା

ପଥରରେ ଛେଚି ମହିଳାଙ୍କୁ ହତ୍ୟା

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠ ଗୋଡିସାହି ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳାଙ୍କୁ କେହି ଜଣେ ଦୁର୍ବୃତ ପଥରରେ ଛେଚି ଛେଚି ହତ୍ୟା କରି ଫିଙ୍ଗି ଦେଇଥିବା ଜଣାପଡିଛି । ଏବଂ ମୃତଦେହ ନିକଟରେ ଏକ କାଠଫାଳିଆ ଓ ପଥର ଜବତ ହୋଇଛି । ତେବେ ଏପର୍ଯନ୍ତ ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଗୋଡିସାହି ଫାଣ୍ଡି ପହଂଚି ଅଧିକ ତଦନ୍ତ ଜାରି ରଖିଛି । ଏହାସହ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପଠାଇଛି । ଏବଂ ଆବଶ୍ୟକ ପଡିଲେ ପୋଲିସ ସାଇଣ୍ଟିଫିକ ଟିମର ସହେଯାଗ ନେଇପାରେ ବୋଲି କୁହାଯାଇଛି । ତେବେ ରିପୋର୍ଟ ଆସିଲେ ହତ୍ୟାର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking