31.1 C
Bhubaneswar
Friday, May 10, 2024
Homeଅପରାଧକ୍ୟାମ୍ପସରୁ ପ୍ରଫେସର ଓ ତାଙ୍କ ୮ ବର୍ଷିୟ ଝିଅର ମୃତଦେହ ଉଦ୍ଧାର

କ୍ୟାମ୍ପସରୁ ପ୍ରଫେସର ଓ ତାଙ୍କ ୮ ବର୍ଷିୟ ଝିଅର ମୃତଦେହ ଉଦ୍ଧାର

ହରିୟାଣା : ହରିୟାଣାର ୟୁନିଭର୍ସିଟି କ୍ୟାମ୍ପସରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ୟୁନିଭର୍ସିଟି କ୍ୟାମ୍ପସ ଭିତରେ ଜଣେ ପ୍ରଫେସରଙ୍କ ସମେତ ତାଙ୍କର ୮ ବର୍ଷିୟ ଝିଅର ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ପ୍ରଫେସେର ସନ୍ଦୀପ ଗୋଏଲ ବୋଲି ଜଣାପଡିଛି । ସୂଚନା ଅନୁସାରେ ହରିୟାଣାର ହିସାରରେ ଥିବା ଲାଲା ଲଜପତ ରାୟ ପଶୁ ଚିକିତ୍ସା ଓ ପଶୁ ବିଜ୍ଞାନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ସନ୍ଦୀପ କାର୍ଯ୍ୟରତ ଥିଲେ । ରବିବାର ସଂଧ୍ୟାରେ ପ୍ରଫେସର ସନ୍ଦୀପ ଗୋଏଲ ଝିଅକୁ ନେଇ ବଜାରକୁ ବୁଲିବାକୁ ଯାଇଥିଲେ । କିନ୍ତୁ ପ୍ରାୟ ୧ ଘଣ୍ଟା ଧରି ଉଭୟ ବାପା ଓ ଝିଅ ଘରକୁ ନଫେରିବାରୁ ସନ୍ଦୀପଙ୍କ ପତ୍ନୀ ତାଙ୍କୁ ବାରମ୍ବାର ଫୋନ କରିଥିଲେ । କିନ୍ତୁ ସନ୍ଦୀପ ଫୋନ କଲ ଉଠାଇ ନଥିଲେ । ଏହାପରେ ସନ୍ଦୀପଙ୍କ ସ୍ତ୍ରୀ ବ୍ୟସ୍ତ ହୋଇ ଖୋଜାଖୋଜି ଆରମ୍ଭ କରିବାରୁ କ୍ୟାମ୍ପସରେ ଥିବା କାର୍ଯ୍ୟାଳୟରେ ସନ୍ଦୀପ ଓ ତାଙ୍କ ଝିଅଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ମିଳିଥିଲା । ଏବଂ ଉଭୟଙ୍କ ବେକ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ବିକ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଝିଅର ବେକରେ ଛୁରୀ ଆଘାତ ଲାଗିଥିବା ବେଳେ ସନ୍ଦୀପଙ୍କ ଦେହରେ ମଧ୍ୟ ଆଘାତ ଲାଗିଥିଲା । ତେବେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏବଂ ଘଟଣାର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking