33.1 C
Bhubaneswar
Saturday, April 27, 2024
Homeଅପରାଧଛାତ୍ରୀଙ୍କୁ ଅପହରଣ ତାପରେ ଦୁଷ୍କର୍ମ........

ଛାତ୍ରୀଙ୍କୁ ଅପହରଣ ତାପରେ ଦୁଷ୍କର୍ମ……..

ନୟାଗଡ: ଦଶମ ଶ୍ରେଣୀ ଛାତ୍ରୀକୁ ଦୁଷ୍କର୍ମ କରିବା ଅଭିଯୋଗରେ ନୟାଗଡ ଫାଷ୍ଟଟ୍ରାକ କୋର୍ଟ ଦୋଷୀ ଆସାମୀ ପ୍ରଶାନ୍ତ ବାରିକକୁ ୧୫ବର୍ଷ ସଶ୍ରମ କାରା ଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା କରିଛନ୍ତି।

ଅଭିଯୋଗ ମୁତାବକ, ୨୦୧୭ମସିହାରେ ନୂଆଗାଁ ଥାନା ଅନ୍ତର୍ଗତ ଖାଲମଡା ଗ୍ରାମର ପ୍ରଶାନ୍ତ ବାରିକ ସେହି ଗ୍ରାମର ଦଶମ ଶ୍ରେଣୀ ନାବାଳିକା ଛାତ୍ରୀ ସ୍କୁଲ ଯିବା ସମୟରେ ଏକ ତରଫା ଭଲ ପାଉଥିବା ଅଭିଯୁକ୍ତ ପ୍ରଶାନ୍ତ ବାରିକ ନାବାଳିକାକୁ ବଳ ପୂର୍ବକ ଉଠାଇ ନେଇ ଭୁବନେଶ୍ୱରରେ ଏକ ବନ୍ଦ ଘରେ ରଖି ୭ଦିନ ଦୁଷ୍କର୍ମ କରି ଛାଡି ଦେଇ ଚାଲି ଯାଇଥିଲା । ତେବେ ପୀଡିତା ନାବାଳିକା କୌଶଳକ୍ରମେ ଖସିଆସି ପରିବାର ଲୋକଙ୍କୁ ଜଣାଇଥିଲେ । ଏହି ଘଟଣାକୁ ନେଇ ପରିବାର ଲୋକେ ନୂଆଗାଁ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୀଡିତାଙ୍କ ବୟାନକୁ ଆଧାର କରି ନୂଆଗାଁ ପୁଲିସ ପ୍ରଶାନ୍ତ ବାରିକକୁ ଗିରଫ କରିଥିଲା। ଅଳ୍ପ କିଛିଦିନ ଜେଲରେ ରହିଲା ପରେ ହାଇକୋର୍ଟରୁ ଜାମିନ ହୋଇଥିଲା କିନ୍ତୁ ନୟାଗଡ ଫାଷ୍ଟଟ୍ରାକ କୋର୍ଟରେ କେସ ଚାଲିଥିଲା । ତେବେ ଆଜି ନୟାଗଡ ଫାଷ୍ଟଟ୍ରାକ କୋର୍ଟରେ ବିଚାର ହୋଇଛି। ଏଥିରେ ଆସାମୀ ପ୍ରଶାନ୍ତ ବାରିକକୁ ଫାଷ୍ଟଟ୍ରାକ କୋର୍ଟର ବିଚାରପତି ବିରଞ୍ଚି କୁମାର ୧୫ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୦ହଜାର ଟଙ୍କା ଜୋରିମାନା ରାୟ ଶୁଣାଇ ଛନ୍ତି ବୋଲି ସୂଚନା ଦେଇଛନ୍ତି ସରକାରୀ ଓକିଲ ଅମୀୟ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking