33.1 C
Bhubaneswar
Saturday, April 27, 2024
Homeଓଡିଶାନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା; ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ ଦଣ୍ଡାଦେଶ

କନ୍ଧମାଳ: ଜନୈକା ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ବିଚାର ଆଜି ଏଡ଼ିଜେ ତଥା ପୋକ୍ସୋ କୋର୍ଟର ବିଚାରପତି ସଂଜିତ୍ କୁମାର ବେହେରାଙ୍କ ଇଜିଲାସରେ ଅନୁଷ୍ଠିତ ହୋଇଥିବା ବେଳେ ୧୨ ଜଣ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡାଦେଶ ସହିତ ୨୩ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକା ୨ ବର୍ଷ ୩ ମାସ କାରାଦଣ୍ଡପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୁକ୍ତ ଜଣକ ହେଲେ ଚକାପାଦ ବ୍ଳକ ଲାଇନପଡ଼ା ବରସାହିର ବବୁଲୁ ନାୟକ (୨୭) ବର୍ଷ । ଏଥି ସହିତ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବା ପାଇଁ ମଧ୍ୟ ବିଚାରପତି ତାଙ୍କ ରାୟରେ ଶୁଣାଇଥିବା ନେଇ ସୂଚନା ଦେଇଛନ୍ତି ପୋକ୍ସୋକୋର୍ଟର ସ୍ୱତନ୍ତ୍ର ପି.ପି ଅସିମ କୁମାର ପ୍ରହରାଜ । ଗତ ୨୦୨୧ ମସିହାରେ ଅଭିଯୁକ୍ତ ଜଣକ ଫିରିଙ୍ଗିଆ ଅଞ୍ଚଳରେ ଏକ ମନ୍ଦିରରେ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ସେହି ଅଞ୍ଚଳର ଜନୈକା ନାବାଳିକା ଜଣକ ସେଠାରେ ମୂଲିଆ ଭାବେ କାମ କରୁଥିଲେ । ତେବେ ଏହି ସମୟ ମଧ୍ୟରେ ଅଭିଯୁକ୍ତ ଜଣକ ନାବାଳିକାଙ୍କୁ ତାଙ୍କର ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶ୍ରୁତି ଦେବା ସହିତ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ବିଭିନ୍ନ ସମୟରେ ପାଖ ଜଙ୍ଗଲରେ ଏକାଧିକ ଥର ଶାରୀରିକ ସଂପର୍କ ରଖିଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଗତ ୨୦୨୧ ମସିହା ଜୁନ୍ ୨୬ ତାରିଖ ଦିନ ଅଭିଯୁକ୍ତ ଜଣକ ମଧ୍ୟାହ୍ନ ସମୟରେ ବିଭିନ୍ନ ପ୍ରକାର ଧମକ ଚମକ ଦେଇ ନାବାଳିକାକୁ ଏକ ସ୍ଥାନକୁ ଡ଼ାକିବା ସହିତ ଜୋର ଜବରଦସ୍ତ ଏକ ଅଟୋ ଦ୍ୱାରା ନିଜ ଗ୍ରାମ ବରସାହିକୁ ନେଇ ଆସିଥିଲା । ସନ୍ଧ୍ୟାରେ ପୀଡ଼ିତାଙ୍କ ବାପାଙ୍କୁ ଝିିଅକୁ ସେ ଅପହରଣ କରିନେଇ ଆସିଥିବା ଓ ଏନେଇ କେଉଁଠି ଅଭିଯୋଗ କରିଲେ ସେ ଉଭୟ ବାପା-ଝିଅକୁ ଜୀବନରେ ମାରିଦେବ ବୋଲି ମଧ୍ୟ ଧମକ ଦେଇଥିଲା । ଏନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ଗତ ୨୮.୬.୨୦୨୧ ତାରିଖରେ ଫିରିଙ୍ଗିଆ ଥାନାରେ ଏକ ଏତଲା ଦେଇଥିଲେ । ଏତଲା ପ୍ରକାରେ ପୁଲିସ୍ ଏକ ମାମଲା ରୁଜୁକରି ଉକ୍ତ ଦିନ ହିଁ ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ମିସ୍ତ୍ରୀ ବବୁଲୁ ନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲାର ବିଚାର କରାଯାଇ ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking