36.1 C
Bhubaneswar
Saturday, May 4, 2024
Homeଓଡିଶାଜନ୍ମଦେଇ ଶିଶୁକନ୍ୟାକୁ ଫିଙ୍ଗିଦେଲେ ବୁଦାମୂଳକୁ

ଜନ୍ମଦେଇ ଶିଶୁକନ୍ୟାକୁ ଫିଙ୍ଗିଦେଲେ ବୁଦାମୂଳକୁ

କେନ୍ଦ୍ରାପଡ଼ା : ଜିଲ୍ଲାର ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଗଣ୍ଡାକିଆ-ଅଲାଇଲୋ ଗ୍ରାମର ପୋଲ ନିକଟସ୍ଥ ଏକ ଜଙ୍ଗଲିଆ ବୁଦାମୂଳରୁୁ ଏକ ବନଜାତକ ଶିଶୁ କନ୍ୟାକୁ ସ୍ଥାନୀୟ ବ୍ୟବସାୟୀ ରମାକାନ୍ତ ସେଠୀ ଉଦ୍ଧାର କରିଥିଲେ । ସେ ଏହି ନବଜାତକକୁ ନିଜ ଘରକୁ ନେଇ ରଖିଥିବା ଖବର ପାଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି , ଜିଲ୍ଲା ଶିଶୁ ସୁରକ୍ଷା ଶାଖା ଓ ଚାଇଲ୍ଡ  ଲାଇନ ପକ୍ଷରୁ ମହାକାଳପଡ଼ା ପୁଲିସ ପ୍ରଶାସନର ସହାୟତାରେ ଉଦ୍ଧାର କରାଯାଇଥିଲା ।  ଉଦ୍ଧାର ଶିଶୁକନ୍ୟାର ସ୍ୱାସ୍ଥ୍ୟଅବସ୍ଥା ଗୁରୁତର ଥିବାରୁ  ତାକୁ କେନ୍ଦ୍ରାପଡ଼ା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଗଣ୍ଡାକିଆ-ଅଲାଇଲୋ ଗ୍ରାମ ପୋଲ ନିକଟସ୍ଥ ଏକ ଘଞ୍ଚ ଜଙ୍ଗଲିଆ ବୁଦା ନିକଟରେ କେହି ଏକ ନବଜାତକ ଶିଶୁକନ୍ୟାକୁ ଫିଙ୍ଗିଦେଇ ଚାଲିଯାଇଥିଲେ । ଏହି ଶିଶୁକନ୍ୟାଟି ଦୀର୍ଘ ସମୟଧରି କାନ୍ଦୁଥିବା ବେଳେ ଅଳାଇଲୋ ଗ୍ରାମର ଭିନ୍ନକ୍ଷମ ବ୍ୟକ୍ତି ନାରାୟଣ ସେଠୀ ଶୌଚ ହେବାକୁ ଯାଇ ତାକୁ ପାଇ ନିଜ ଘରକୁ ଆଣିଥିଲେ । ତେବେ ନିଜର ଦୁଇପୁଅ ଥିବାରୁ ଭଗବାନ ତାଙ୍କୁ ଗୋଟିଏ ଝିଅ ଦେଇଛନ୍ତି ଭାବି ଏହାକୁ ଯତ୍ନରେ ନିଜ ଘରେ ରଖିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀଙ୍କ ଠାରୁ ଖବର ପାଇ  ଜିଲ୍ଲା ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଓ ବର୍ତ୍ତମାନର ସଦସ୍ୟା ସ୍ମିତାଞ୍ଜଳି ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ଶିଶୁସୁରକ୍ଷା କମିଟିର ପରାମର୍ଶଦାତ୍ରୀ କନକଲତା ବେହେରା, ଚାଇଲ୍ଡ ଲାଇନର ସଦସ୍ୟ ରାକେଶ କୁମାର ବାରିକ, ଲୁଥରାନ ପଲ୍ଲିଶ୍ରୀର ଆୟା ଉଷାରାଣି ଦାସ ମହାକାଳପଡ଼ା ପୁଲିସ ସହାୟତାରେ ରମାକାନ୍ତ ସେଠୀଙ୍କ ଘରେ ପହଞ୍ଚି ଶିଶୁଟିକୁ  ଦେବାକୁ କହିଥିଲେ ।

ମାତ୍ର  ରମାକାନ୍ତ  ପିଲାଟିକୁ  ନିଜେ ଝିଅ କରି ରଖିବା ପାଇଁ ଚାହୁଁଥିବା ପ୍ରକାଶ କରିବା ସହିତ ତାକୁ ଦେବାକୁ ରାଜି ହୋଇନଥିଲେ । ରମାକାନ୍ତଙ୍କୁ ମଧ୍ୟ ସ୍ଥାନୀୟ ଲୋକମାନେ  ଏନେଇ ସମର୍ଥନ କରିଥିଲେ । ଏହାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ତେବେ ପିଲାକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ସରକାରୀ ନୀତିନିୟମ ରହିଥିବା ସମ୍ପର୍କରେ ବୁଝାଇବା ସହିତ ଏଥିରେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯିବାପରେ ରମାକାନ୍ତ ନବଜାତକକୁ ଦେବାକୁ ରାଜି ହୋଇଥିଲେ । ଏହି ଶିଶୁକୁ ଉଦ୍ଧାର କରିବା ପରେ  କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ତେବେ ନବଜାତକ ଶିଶୁକୁ ରାସ୍ତା କଡ଼କୁ  ପିଙ୍ଗିଦେବା ଯୋଗୁ  ପିଲାର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଡାକ୍ତରଙ୍କ ଠାରୁ ସୂଚନା ମଳିିଛି ।   ଏହି ଶିଶୁକୁ ଏନଆରସିରେ ରଖାଯିବା ସହିତ ଆବଶ୍ୟକ ପଡିଲେ କଟକ ଶିଶୁ ଭବନକୁ ପଠାଯାଇପାରେ ବୋଲି ଶିଶୁ ମଙ୍ଗଳ କମିଟିର ପୂର୍ବତନ ଅଧ୍ୟକ୍ଷା ଓ ବର୍ତ୍ତମାନର ସଦସ୍ୟା ସ୍ମିତାଞ୍ଜଳୀ ମହାପାତ୍ର ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ଏହି ଶିଶୁକୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିବାକୁ ଦାବିକରି ଉଦ୍ଧାରକାରୀ  ରାମାକାନ୍ତ ସେଠୀ ପ୍ରଶାସନ ନିକଟରେ ଦରଖାସ୍ତ କରିଥିବା ସମ୍ପର୍କରେ ସୂଚନା ମିଳିଛି ।  

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking