40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଇଡି ଲକଅପରେ ରାତି କାଟିଲେ କେଜ୍ରିୱାଲ; ଆଜି ହୋଇପାରେ ଶୁଣାଣି

ଇଡି ଲକଅପରେ ରାତି କାଟିଲେ କେଜ୍ରିୱାଲ; ଆଜି ହୋଇପାରେ ଶୁଣାଣି

ନୂଆଦିଲ୍ଲୀ: ଗିରଫ ହେବା ପରେ ଇଡି ଲକଅପରେ ରାତି କାଟିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ରାତିରେ ତାଙ୍କୁ ଗିରଫ କରିଥିଲା ଇଡି । ଗିରଫ ପରେ ଇଡି କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ସେ ରାତି ବିତାଇଛନ୍ତି । କେଜ୍ରିୱାଲଙ୍କୁ ଇଡ଼ି ଲକଅପରେ ରଖାଯାଇଛି ।

ଆଜି କେଜ୍ରିୱାଲଙ୍କୁ ସ୍ୱତନ୍ତ୍ର ଅଦାଲତରେ ହାଜର କରାଯିବ । ଇଡି ହାଜତରେ ଜେରା କରିବାକୁ କୋର୍ଟଙ୍କ ଅନୁମତି ଲୋଡିବ ତଦନ୍ତକାରୀ ସଂସ୍ଥା । ଅନ୍ୟପଟେ କେଜ୍ରିୱାଲଙ୍କ ଗିରଫ ପ୍ରତିବାଦରେ ଗୁରୁବାର ରାତିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଆପ୍‍ । ରାତି ଭିତରେ ତତ୍କାଳ ଶୁଣାଣି କରିବାକୁ ଆବେଦନ କରାଯାଇଥିଲା । ଆଜି ଆପର ଆବେଦନ ଉପରେ ଶୁଣାଣି ହୋଇପାରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking