40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶକେଜ୍ରିୱାଲ ନିଜ କର୍ମର ଫଳ ଭୋଗୁଛନ୍ତି : ଆନ୍ନା ହଜାରେ

କେଜ୍ରିୱାଲ ନିଜ କର୍ମର ଫଳ ଭୋଗୁଛନ୍ତି : ଆନ୍ନା ହଜାରେ

ନୂଆଦିଲ୍ଲୀ: ଅବକାରୀ ଦୁର୍ନୀତି ମାମଲାରେ ଗୁରୁବାର ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ଏହି ଗିରଫଦାରୀ ପରେ ବିରୋଧୀ ଦଳ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାରଙ୍କୁ ଘେରିଥିବା ବେଳେ ଏପଟେ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । କେଜ୍ରିୱାଲ ନିଜ କର୍ମର ଫଳ ଭୋଗୁଛନ୍ତି ବୋଲି ସେ କହିଛନ୍ତି । ଦିଲ୍ଲୀ ଅବକାରୀ ନୀତି ଲାଗୁ ନ କରିବା ଲାଗି ସେ ପୂର୍ବରୁ କେଜ୍ରିୱାଲଙ୍କୁ ବାରଣ କରିଥିଲେ । ମଦ ଏକ ଖରାପ ବା ନିଶା ଦ୍ରବ୍ୟ ବୋଲି ଛୋଟ ପିଲା ମଧ୍ୟ ଜାଣିଛନ୍ତି ବୋଲି କହିଛନ୍ତି ଆନ୍ନା ହଜାରେ । ଏନେଇ ଆନ୍ନା ହଜାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ମୋ ସହିତ କାମ କରୁଥିବା ସମୟରେ ଅରବିନ୍ଦ କେଜ୍ରିୱାଲ ଖୋଦ ମଦ ବିରୋଧରେ ସ୍ବର ଉତ୍ତୋଳନ କରୁଥିଲେ । ହେଲେ ଏବେ ସେ ନିଜେ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି । ଏଥିଲାଗି ମୁଁ ଦୁଃଖିତ । ହେଲେ ଅରବିନ୍ଦ୍ର କେଜ୍ରିୱାଲ ନିଜ କର୍ମର ଫଳ ଭୋଗୁଛନ୍ତି । ଏଭଳି ନୀତି ଲାଗୁ ନ କରିବା ଲାଗି ତାଙ୍କୁ ମୁଁ ଚେତାବନୀ ଦେଇଥିଲି । ମୁଁ ତାଙ୍କୁ କହିଥିଲି ଆମର କାମ ଅବକାରୀ ନୀତି ପ୍ରସ୍ତୁତ କରିବା ନୁହେଁ । ଜଣେ ଛୋଟ ପିଲା ମଧ୍ୟ ଜାଣିଛି ମଦ ପିଇବା ମନ୍ଦ ଅଭ୍ୟାସ । କିନ୍ତୁ ସେ ଅବକାରୀ ନୀତି ଲାଗୁ କଲେ । ସେ ଭାବିଥିଲେ ଏହା ଦ୍ବାରା ସେ ଅଧିକ ରୋଜଗାର କରିପାରିବେ । ଏଥିଲାଗି ସେ ନୀତି ଲାଗୁ କଲେ । ଏହି ନୀତି ବିରୋଧରେ ମୁଁ ତାଙ୍କୁ ୨-୨ ଥର ଚିଠି ମଧ୍ୟ ଲେଖିଥିଲି ।”

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking