ବେଙ୍ଗାଲୁର: କର୍ଣ୍ଣାଟକ ବିଧାନସଭାର ୨୨୪ ଆସନ ପାଇଁ ମେ’ ୧୦ରେ ଭୋଟଗ୍ରହଣ କରାଯିିବ ବୋଲି ନିର୍ବାଚନ କମିଶନ ଇତିମଧ୍ୟରେ ଘୋଷଣା କରିସାରିଛନ୍ତି । ଏହି ପରିପ୍ରେକ୍ଷୀରେ ଚଳିତମାସ ୮ରେ ବିଜେପି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ସୋମବାର ସୂଚନା ଦେଇଛନ୍ତି ।
କର୍ଣ୍ଣାଟକରେ କ୍ଷମତାସୀନ ବିଜେପି ସରକାର ଇତିମଧ୍ୟରେ ପ୍ରତ୍ୟେକ ଜିଲ୍ଲାରେ ସର୍ଭେ କରିସାରିଛନ୍ତି । ଏହି ରିପୋର୍ଟକୁ ଆଧାର କରି ପ୍ରାର୍ଥୀ ମନୋନୟନ କରାଯିବ ବୋଲି ବୋମାଇ କହିଛନ୍ତି । ମଙ୍ଗଳବାର ବିଜେପି ରାଜ୍ୟ ଶାଖା କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପ୍ରସ୍ତୁତ କରାଯିବ । ଏହାପରେ ଚୂଡାନ୍ତ ତାଲିକା ପାଇଁ ଏହା ନୂଆଦିଲ୍ଲୀ ପଠାଯିବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଓ ଜେଡିଏସ୍ ସମେତ ଆପ୍ (ଆମ୍ ଆଦବୀ ପାର୍ଟି) ଇତିିମଧ୍ୟରେ ସେମାନଙ୍କର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛନ୍ତି ।